www.samajalive.in
Saturday, December 6, 2025
23.1 C
Bhubaneswar

ବିହାର ସରକାରଙ୍କ ୪୮୯ ଜଣ ଅଫିସର ବଦଳି

ବିହାର: ଲୋକସଭା ନିର୍ବାଚନ ଦୃଷ୍ଟିରୁ ବିହାର ସରକାର ୧୭ଜଣ ଆଇଏଏସ୍‍ ଅଫିସର ଓ ୨୮ଜଣ ଆଇପିଏସ୍‍ ଅଫିସରଙ୍କ ସମେତ ବିହାର ପ୍ରଶାସନିକ ସେବାର ୨୨୮ଜଣ ଏବଂ ବିହାର ପୁଲିସ ସେବାର ୨୧୬ଜଣ ମୋଟ ୪୮୯ ଜଣ ଅଫିସରଙ୍କୁ ବଦଳି କରିଛନ୍ତି। ନିର୍ବାଚନ କମିଶନ ସେହି ଅଫିସର ମାନଙ୍କୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଫିସର ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ସମୟ ଧରି ରହିସାରିଛନ୍ତି। ଏହି କ୍ରମରେ ଭାଗଲପୁର, ପୂର୍ଣ୍ଣିଆ, ତିରହୁଟ, କୋଶି, ସରନ ଓ ସହରସା ଠାରେ ନୂଆ ଡିଭିଜନାଲ କମିଶନର ନିଯୁକ୍ତ ହୋଇଥିବାବେଳେ ସୀତାମାଢ଼ି ଓ କାଇମୁର ଏସ୍‍ପିଙ୍କୁ ବଦଳି କରାଯାଇଛି। ଏହା ଛଡା ବିହାର ପୁଲିସ ସେବାର ୩୫ ଜଣ ଅଫିସରଙ୍କ ବଦଳି କରାଯାଇଛି । ୧୮୧ ଜଣ ପଦୋନ୍ନତି ପାଇଥିବା ଡିଏସପିଙ୍କୁ ମଧ୍ୟ ନୂଆ ସ୍ଥାନରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories