www.samajalive.in
Saturday, December 6, 2025
16.1 C
Bhubaneswar

୨୫ ବର୍ଷ ପରେ ଅଜୟ-ଅକ୍ଷୟଙ୍କ ଯୋଡ଼ି

ମୁମ୍ବଇ : ରୋହିତ ସେଟ୍ଟିଙ୍କ ‘ସିମ୍ବା’ ଚଳଚ୍ଚିତ୍ରର ଶେଷ ଭାଗରେ ତାଙ୍କ ନିର୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର କିଛି ଝଲକ୍ ଦେଖିବାକୁ ମିଳିଥିଲା। ସିମ୍ବାରେ ରଣବୀର ସିଂ, ସାରା ଅଲୀ ଖାନ୍ ଓ ଅତିଥି କଳାକାର ଭାବେ ସିଂହମ୍ ଅଜୟ ଦେବଗନ୍ ଦେଖାଦେଇଥିଲେ। ସୂର୍ଯ୍ୟବଂଶୀରେ ମୁଖ୍ୟ ଭୂମିକାରେ ଖିଲାଡି ଅକ୍ଷୟ କୁମାର ଓ ଅତିଥି କଳାକାର ଭାବେ ଅଜୟ କାମ କରିଛନ୍ତି ବୋଲି ୟୁନିଟ୍ ତରଫରୁ ପ୍ରକାଶ। ରୋହିତ୍ ଅନେକ ଦିନ ହେଲା ଚାହୁଁଥିଲେ ଅକ୍ଷୟଙ୍କ ସହ କାମ କରିବାକୁ, ଶେଷରେ ତାଙ୍କ ଲକ୍ଷ୍ୟ ସଫଳ ହୋଇଛି। ଅକ୍ଷୟ ଏଥିରେ ଜଣେ ଦାୟିତ୍ବବାନ୍, ସଚ୍ଚୋଟ ପୁଲିସ୍ ଅଫିସର୍ ଭୂମିକାରେ ଅବତୀର୍ଣ୍ଣ। ଚଳଚ୍ଚିତ୍ରର କାହାଣୀ ଅନୁସାରେ ଅଜୟ ଦେବଗନ୍‌ଙ୍କ ଚରିତ୍ରର ଆବଶ୍ୟକତା ନ ଥିଲା, କିନ୍ତୁ ଅକ୍ଷୟ ବ୍ୟକ୍ତିଗତ ଭାବେ ଏଥିନିମନ୍ତେ ରୋହିତ୍‌‌ଙ୍କୁ ଅନୁରୋଧ କରିଥିଲେ। ପୁରୁଣା ବନ୍ଧୁ ଅଜୟଙ୍କ ସହ ସେ ପରଦା ଉପରେ ଅଭିନୟ କରିବାକୁ ଚାହୁଁଥିଲେ ଓ ତାଙ୍କ ଇଚ୍ଛାକୁ ରୋହିତ୍ ସମ୍ମାନ ଦେଇଛନ୍ତି। ଶେଷଥର ଦୁହେଁ ୧୯୯୪ରେ ‘ସୁହାଗ’ ଚଳଚ୍ଚିତ୍ରରେ ଏକତ୍ର କାମ କରିଥିଲେ। ୨୫ ବର୍ଷ ପରେ ଅଜୟ-ଅକ୍ଷୟ ଦୁଇ ଦମ୍‌ଦାର୍‌ ଯୋଡ଼ିଙ୍କୁ ଦର୍ଶକ ପୁଣି ପରଦା ଉପରେ ଏକାଠି ଦେଖିବାର ସୁଯୋଗ ପାଇବେ।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories