www.samajalive.in
Saturday, December 6, 2025
16.1 C
Bhubaneswar

ବକ୍ସିଂ: କ୍ବାର୍ଟରରେ ଅମିତ, ମୀନା କୁମାରୀ

ନୂଆଦିଲ୍ଲୀ : ଏସୀୟ କ୍ରୀଡାର ସ୍ବର୍ଣ୍ଣପଦକ ବିଜେତା ଭାରତୀୟ ବକ୍ସର ଅମିତ ପଂଘଲ ଓ ମୀନା କୁମାରୀ ବୁଲଗେରିଆର ସୋଫିଆରେ ଚାଲିଥିବା ଷ୍ଟ୍ରାନ୍‌ଜା ବକ୍ସିଂ ଟୁର୍ଣ୍ଣାମେଣ୍ଟରେ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ୪୯ କିଗ୍ରା ବର୍ଗ ପ୍ରଥମ ରାଉଣ୍ଡରେ ଅମିତଙ୍କୁ ବାଏ ମିଳିଛି। କ୍ବାର୍ଟର ଫାଇନାଲରେ ଅମିତ ୟୁକ୍ରେନର ନାଜାର କୁରୋତ୍‌ଚିନଙ୍କୁ ଭେଟିବେ। ୯୧ କିଗ୍ରା ବର୍ଗ ପ୍ରଥମ ରାଉଣ୍ଡରେ ନମନ ତନୱାରଙ୍କୁ ବାଏ ମିଳିଛି। ଶନିବାର ପ୍ରିକ୍ବାର୍ଟରରେ ସେ ପୋଲାଣ୍ଡର ମାଇକେଲ ସୋଲଜିନ୍‌ସ୍କିଙ୍କୁ ଭେଟିବେ। ରାଜ୍ୟଗୋଷ୍ଠୀ କ୍ରୀଡା ସ୍ବର୍ଣ୍ଣପଦକ ବିଜେତା ଗୌରବ ବିଧୁରି ଆମେରିକାର ଆବ୍ରାହମ ପେରେଜ୍‌ଙ୍କୁ ଭେଟୁଥିବାବେଳେ ଅଙ୍କୁଶ ଦହିୟା ୬୦ କିଗ୍ରା ବର୍ଗ ପ୍ରଥମ ରାଉଣ୍ଡରେ ଆଜରବୈଜାନର ସାର୍ଖାନ ଅଲିୟେଭ୍‌ଙ୍କୁ ଭେଟିବେ। ମହିଳା ୫୪ କିଗ୍ରା ବର୍ଗରେ ଭାରତର ମୀନା କୁମାରୀ ସିଧାସଳଖ କ୍ବାର୍ଟର ଫାଇନାଲରେ ଓ ୬୦ କିଗ୍ରା ବର୍ଗରେ ନୀରଜ ପ୍ରିକ୍ବାର୍ଟରରେ ପ୍ରବେଶ କରିଛନ୍ତି। ସୋନିଆ ଲାଥେର ୫୭ କିଗ୍ରା ବର୍ଗ ପ୍ରଥମ ରାଉଣ୍ଡରେ ସର୍ବିୟାର ଜେଲିନା ଜେକିକ୍‌ଙ୍କୁ ଓ ୫୧ କିଗ୍ରା ପ୍ରଥମ ରାଉଣ୍ଡରେ ପିଙ୍କି ରାଣୀ ଫିଲିପାଇନ୍ସର ଇରିସ୍‌ ମାଗ୍‌ନୋଙ୍କୁ ଭେଟିବେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories