www.samajalive.in
Tuesday, December 9, 2025
26.1 C
Bhubaneswar

ଫାଙ୍କି ଦେଲା ପାକିସ୍ତାନ: ‘ଆମକୁ ବଦନାମ କରନି’

ଇସଲାମାବାଦ : ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଅପରିବର୍ତ୍ତିତ ରହିଛି। ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣକୁ ଫାଙ୍କି ଆସିଥିବା ପାକିସ୍ତାନ ପୁଲୱାମା ଘଟଣାକୁ ମଧ୍ୟ ଫାଙ୍କିଦେଇଛି। ପୁଲୱାମା ଆକ୍ରମଣ ଘଟଣାର ପ୍ରାୟ ୨୪ଘଣ୍ଟା ପରେ ଏହି ପଡ଼ୋଶୀ ତଥା ଅଭିଯୁକ୍ତ ରାଷ୍ଟ୍ର ପ୍ରଥ​‌େ​‌ମ ପ୍ରତିକ୍ରିୟା ପ୍ରକାଶ ପୂର୍ବକ ‘ଏହା ଚିନ୍ତାଜନକ’ ବୋଲି କହିଛି। ଏହି ଘଟଣାରେ ପାକିସ୍ତାନର କୌଣସି ସମ୍ପୃକ୍ତି ନ ଥିବାରୁ ଏହାକୁ ବଦନାମ କରା ନ ଯିବା ଉଚିତ ବୋଲି କହିଛି। ଶୁକ୍ରବାର ପାକିସ୍ତାନ ସରକାରଙ୍କ ପକ୍ଷରୁ ପ୍ରକାଶିତ ପ୍ରତିକ୍ରିୟାରେ କୁହାଯାଇଛି ଯେ ସରକାର ସର୍ବଦା ବିଶ୍ବର ଯେ କୌଣସି ସ୍ଥାନରେ ଏଭଳି ହିଂସାକୁ ନିନ୍ଦା କରିଆସିଛନ୍ତି। ପୁଲୱାମା ଘଟଣାରେ ପାକିସ୍ତାନର ସମ୍ପୃକ୍ତିକୁ ନେଇ ଭାରତୀୟ ଗଣମାଧ୍ୟମ ଓ ସରକାର ଯେଉଁ ପ୍ରଚାର ଚଳାଇଛନ୍ତି ତାହା ବିଭ୍ରାନ୍ତିକର। ବିନା କୌଣସି ତଦନ୍ତରେ ଏଭଳି ଦୋଷାରୋପ କରିବା ଓ ଗୋଟିଏ ରାଷ୍ଟ୍ରକୁ ଅଯଥା ବଦନାମ କରିବା ଅନୁଚିତ।

Hot this week

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

Related Articles

Popular Categories