ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ସାଓମି ତାର ନୂଆ ହୋମ ସିକ୍ୟୁରିଟି କ୍ୟାମେରା ଲଞ୍ଚ କରିଛି। ଏହାପୂର୍ବରୁ କମ୍ପାନୀ ତାର ହୋମ ସିକ୍ୟୁରିଟି ୩୬୦କ୍ୟାମେରା ଲଞ୍ଚ କରିଥିଲା। ଯାହା ଗ୍ରାମହକ ମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥିଲା।
ଏହି କ୍ୟାମେରାର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ୧୦୮୦ ପିକ୍ସଲରେ ୧୩୦ଡିଗ୍ରୀ ୱାଇଡ୍ ଆଙ୍ଗଲରେ ଭିଡିଓ ରେକର୍ଡ କରିପାରିବେ। ଆହୁରିମଧ୍ୟ ଏହି କ୍ୟାମେରାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ସପୋର୍ଟ ରହିଛି ଏବଂ ଏହାସହିତ ଏଥିରେ ପାୱାର ଡିଟେକ୍ସନ ଇଞ୍ଜିନ, ଇନ୍ଫ୍ରେଡ ନାଇଟ ଭିଜନ ସହିତ ଟକ୍ ବ୍ୟାକ ଫିଚର ମଧ୍ୟ ଦିଆଯାଇଛି। ଏହି କ୍ୟାମେରାର ମୂଲ୍ୟ ୨,୨୯୯ଟଙ୍କା ମାତ୍ର। କମ୍ପାନୀ ତରଫରୁ ଦିଆଯାଇଥିବା ଅଫରରେ ଆପଣ ଏହାକୁ ୧୦୦୦ଟଙ୍କା କମ ମୂଲ୍ୟରେ ଅର୍ଥାତ ୧,୯୯୯ଟଙ୍କାରେ କିଣିପାରିବେ। ଏହି କ୍ୟାମେରା ଏମଆଇ.କମ ୱେବସାଇଟରେ ଉପଲବ୍ଧ ରହିଛି।
ଏହାର ଅନ୍ୟ ବିଶେଷତ୍ୱ ବିଷୟରେ କହିଲେ ଏଥିରେ ୨୦ଫ୍ରେମ ପ୍ରତି ସେକେଣ୍ଡ ହିସାବରେ ଭିଡିଓ ରେକର୍ଡ କରିପାରିବେ। ଏଥିରେ ଏମଆଇ ମୋଶନ ଡିଟେକ୍ସନ୍ ମଧ୍ୟ ରହିଛି। ଏହାବ୍ୟତୀତ ଏଥିରେ ୫ଭୋଲ୍ଟ-୧ ସ୍ପିକରର ପାୱାର ଇନପୁଟ, ମାଇକ୍ରୋ ଏସଡି କାର୍ଡ ସପୋର୍ଟ ଏବଂ ୱାଇ-ଫାଇ ସପୋର୍ଟ ରହିଛି।
ସାଓମି ଲଞ୍ଚ କଲା ନୂଆ ହୋମ ସିକ୍ୟୁରିଟି କ୍ୟାମେରା
Popular Categories



