www.samajalive.in
Sunday, December 7, 2025
13.1 C
Bhubaneswar

ସହିଦଙ୍କ ସ୍ମୃତିରେ ପାଠାଗାର ପକ୍ଷରୁ ମହମବତୀ ଶୋଭାଯାତ୍ରା

ନାଉଗାଁ : ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲାରେ ସହିଦ ହୋଇଥିବା ସିଆରପିଏଫ ଯବାନଙ୍କୁ ଶୁକ୍ରବାର ଭଟଣା ଗାଁରେ ଥିବା ଉର୍ମିଲୋଚନ ପାଠାଗାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ପାଠାଗାର ପରିସରରେ ଅନୁଷ୍ଠିତ ସ୍ମୃତିସଭାରେ ପାଠାଗାରର ଉପଦେଷ୍ଟା ତଥା ଅବସରପ୍ରାପ୍ତ ପୁଲିସ ଅଧିକାରୀ ନିରୋଦ ଚରଣ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ। ଦେଶ ମାତୃକାର ସେବାପାଇଁ ପ୍ରାଣ ଉତ୍ସର୍ଗ କରିଥିବା ଆମ ପଡୋଶୀ ଗାଁ ପାରିଶିଖରର ଯୁବକ ପ୍ରଶନ୍ନ ସାହୁ ଓ ନିଆଳୀ ଅଞ୍ଚଳର ମନୋଜ ବେହେରା ସବୁବେଳେ ଅମର ହୋଇରହିବେ ବୋଲି କହିଥିଲେ। ପାକିସ୍ତାନର ଇଙ୍ଗିତରେ ହୋଇଥିବା ଏହି ଆକ୍ରମଣର ଦୃଢ ଜବାବ ଦିଆଯିବା ଆବଶ୍ୟକ ବୋଲି ଶ୍ରୀ ସ୍ୱାଇଁ କହିଥିଲେ। ଶୋକସଭାରେ ପାଠାଗାରର କୋଷାଧ୍ୟକ୍ଷ କୈଳାଶ ଚନ୍ଦ୍ର ପରିଡା, ଉପସଭାପତି ବିଜୟ କୁମାର ଜେନା, ପାଠାଗାର କର୍ମକର୍ତ୍ତା ପ୍ର୍ରିୟଙ୍କା ସ୍ୱାଇଁ, ମାମିନା ସ୍ୱାଇଁ, ପାଠାଗାରର ସଦସ୍ୟ ସ୍ୱସ୍ତିକ ସୋମେଶ ସ୍ୱାଇଁ, ସତ୍ୟରଂଜନ ସ୍ୱାଇଁ, ସମୟ ପୁହାଣ,ଲିକୁ ବହିରା ପ୍ରମୁଖ ଯୋଗଦେଇ ସମସ୍ତ ୪୪ଜଣ ସହିଦ ଯବାନଙ୍କ ସ୍ମୃତିଚାରଣ କରିଥିଲେ। ସଭା ପୂର୍ବରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସଭା ଶେଷରେ ପାଠାଗାରର କୁନି କୁନି ସଦସ୍ୟ/ସଦସ୍ୟା ସହିଦଙ୍କ ସ୍ମୃତିରେ ମହମବତୀ ଶୋଭାଯାତ୍ରା କରିଥିଲେ। କାର୍ଯ୍ୟକ୍ରମକୁ ପାଠାଗାର ସଭାପତି ବିବେକାନନ୍ଦ ସ୍ୱାଇଁ ଓ ସଂପାଦକ ପ୍ରମୋଦ କୁମାର ସ୍ୱାଇଁ ପରିଚାଳନା କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories