www.samajalive.in
Sunday, December 7, 2025
26.1 C
Bhubaneswar

ତ୍ରିରାଷ୍ଟ୍ରୀୟ ଟି-୨୦ ପ୍ରତିଯୋଗିତା: ଭାରତୀୟ ଦଳରେ ସ୍ଥାନ ପାଇଲେ ଶିବୁନ ନନ୍ଦ

କଟକ: ଭାରତୀୟ ବଧିର ଦଳରେ ଶିବୁନ ନନ୍ଦ। ଏକମାତ୍ର ଓଡ଼ିଆ ଖେଳାଳୀ ଭାବେ ଆସନ୍ତା ମାର୍ଚ୍ଚ ମାସ ୨ ରୁ ୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ରେ ଖେଳାଯିବାକୁ ଥିବା ତ୍ରିରାଷ୍ଟ୍ରୀୟ ଟି୨୦ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଶିବୁନ। ଏହି ସିରିଜ ରେ ଭାରତ , ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଦଳ ଭାଗନେବେ। ଏହାପରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ନଜର ଆସିବେ ଶିବୁନ। ଯାହା ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ୨୦୨୨ ମସିହାରେ ସେ ରାଜ୍ୟ ପାଇଁ ଖେଳିବାର ସୁଯୋଗ ପାଇଥିଲେ। ହେଲେ ଟିଡବ୍ଲୁଟି ପରୀକ୍ଷା ରେ ଫେଲ ହୋଇ ନିରାଶ ହୋଇଥିଲେ ଶିବୁନ । କିନ୍ତୁ ସେ ୨୦୨୩-୨୪ ଓ ୨୦୨୪-୨୫ ବର୍ଷ ପାଇଁ ୧୯ ବର୍ଷ ରୁ କମ କୁଚ ବିହାର କୁଚ ବିହାର ଟ୍ରଫି ଖେଳିଛନ୍ତି ସେ। ବର୍ତ୍ତମାନ ସୁଦ୍ଧା ସେ ଗଞ୍ଜାମ ଜିଲ୍ଲା ପକ୍ଷରୁ କଳାହାଣ୍ଡି କପ ଖେଳି ଆସୁଛନ୍ତି । ଭାରତୀୟ ବଧିର କ୍ରିକେଟ ଟିମରେ ସ୍ଥାନ ପାଇଥିବାରୁ ଓଡିଶା କ୍ରିକେଟ ସଂଘ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସମ୍ପାଦକ ସଞ୍ଜୟ ବେହେରା ଓ ସମସ୍ତ କମିଟି ସଦସ୍ୟ। ତେବେ ସେ ବ୍ରମହପୁର ଗେଟବଜାର ଅଞ୍ଚଳର ସୁକାନ୍ତ ନନ୍ଦ ଓ ଅନୁରାଧା ନନ୍ଦ ଙ୍କ ପୁଅ । ଏକମାତ୍ର ଓଡ଼ିଆ ହିସାବରେ ଭାରତୀୟ ଦଳରେ ସ୍ଥାନ ପାଇବା ପରେ ଘରେ ଖୁସି ର ମାହୋଲ ଖେଳିଯାଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories