www.samajalive.in
Saturday, December 6, 2025
23.1 C
Bhubaneswar

ଏଥର କୁମ୍ଭ ମେଳାରେ ଉଡିବେନି ମଶା ମାଛି

ନୂଆଦିଲ୍ଲୀ :  ଜାନୁଆରୀ ୧୩ ତାରିଖରୁ ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା। ଏହି ମେଳା ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦେଶ ବିଦେଶରୁ ବହୁ ସାଧୁ ସନ୍ଥ ଏବଂ ଲକ୍ଷାଧିକ ଶ୍ରଦ୍ଧାଳୁ ଏଥିରେ ଯୋଗଦେବେ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ମହାକୁମ୍ଭ ମେଳା ସମୟରେ ସ୍ନାନ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ । ମହାକୁମ୍ଭ ସ୍ଥଳକୁ ସ୍ଵଚ୍ଛ ଏବଂ ସୁନ୍ଦର ରଖାଯିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି। ମେଳା ସମୟରେ ମାସାଧିକ କାଳ ଯେପରି ସେହି ସ୍ଥାନରେ ମଶା, ମାଛି ଉଡିବେ ନାହିଁ , ସେ ନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ନୂଆ ବ୍ୟବସ୍ଥାରେ ସ୍ଵୟଂଚାଳିତ ମିଷ୍ଟ ବ୍ଲୋୟର ମେସିନ୍ ଲଗାଯିବ। ମୋଟ ହିସାବରେ କହିବାକୁ ଗଲେ ଚଳିତବର୍ଷ ମେଳାରେ ୧୧୦ଟି ବ୍ଲୋୟର ମେସିନ୍ ଓ ୧୦୭ଟି ମିନି ଫଗିଂ ମେସିନ୍ ବ୍ୟବହାର କରାଯିବ । ଶ୍ରଦ୍ଧାଳୁ ଏବଂ ସାଧୁସନ୍ଥ ମାନେ କିପରି ଆରାମଦାୟକ ଏବଂ ସ୍ଵଚ୍ଛ ପରିବେଶରେ ରହିପାରିବେ , ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories