www.samajalive.in
Saturday, December 6, 2025
26.1 C
Bhubaneswar

୨୦୨୪ରେ ବି ଲୋକଙ୍କ ପ୍ରଥମ ପସନ୍ଦ ବିରିୟାନୀ ; ଜାଣନ୍ତୁ ଏକ ମିନିଟ୍‌କୁ ହୋଇଛି କେତେ ଅର୍ଡର..

ନୂଆଦିଲ୍ଲୀ : ଖାଦ୍ୟ କଥା ଆଲୋଚନା ହେବା ମାତ୍ରେ ପ୍ରଥମେ ଭାରତୀୟଙ୍କ କଥା ସାମ୍ନାକୁ ଆସେ । କାରଣ ଭାରତୀୟ ଅତ୍ୟଧିକ ଖାଦ୍ୟ ପ୍ରିୟ । ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟ କିମ୍ବା ବାହାରେ ମିଳୁଥିବା ଖାଦ୍ୟ, ଖାଦ୍ୟ ଅର୍ଡର କରି ମଧ୍ୟ ବିଭିନ୍ନ ପ୍ରକାର ଚଟ୍‌ପଟା ଓ ବ୍ୟଞ୍ଜନ ଖାଇ ଥାଆନ୍ତି । ବର୍ତ୍ତମାନ ସମୟରେ ଅଧିକାଂଶ ଘରେ ବସି ନିଜ ପସନ୍ଦର ଖାଦ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ ଅର୍ଡର କରୁଛନ୍ତି ।

ଫୁଡ୍‌ ଡେଲିଭରି ଫ୍ଲାର୍ଟଫର୍ମ ସ୍ୱିଗି ବର୍ଷ ୨୦୨୪ ଶେଷ ହେବା ପୂର୍ବରୁ ନିଜର ଏକ ରିପୋର୍ଟ ଜାରି କରିଛି । ଯାହା ଖାଦ୍ୟ ସହ ଜଡିତ ଲୋକଙ୍କ ପସନ୍ଦର ଖାଦ୍ୟ ତାଲିକାକୁ ସାମ୍ନାକୁ ଆଣିଛି । ଏହା ୧ ଜାନୁଆରୀ ୨୦୨୪ରୁ ୨୨ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ସମୟର ।

- Advertisement -

ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିରିୟାନୀ ଭାରତରେ ସବୁଠାରୁ ଅଧିକ ଅର୍ଡର କରାଯାଇଥିବା ତଥା ଲୋକଙ୍କ ପ୍ରିୟ ଖାଦ୍ୟ ମଧ୍ୟରେ ଶୀର୍ଷରେ ରହିଛି । ସ୍ୱିଗିରେ ୨୦୨୪ରେ ୮୩ ମିଲିୟନ ବିରିୟାନୀ ଅର୍ଡର କରାଯାଇଛି । ଏହାର ଅର୍ଥ ଦେଶରେ ପ୍ରତି ଏକ ମିନିଟ୍‌ରେ ୧୫୮ ବିରିୟାନୀ ଅର୍ଡର କରାଯାଇଛି । ପ୍ରତି ସେକେଣ୍ଡର ପ୍ରାୟ ୨ଟି ଅର୍ଡର କରାଯାଇଛି । ବିରିୟାନୀ ପରେ ୨ୟରେ ଅଛି ଦୋସା । ଚଳିତ ବର୍ଷ ୨୩ ମିଲିୟନ ଦୋସା ଅର୍ଡର କରାଯାଇଛି ।ମିଠା ଜିନିଷ ତାଲିକାରେ ରସ୍‌ମଲାଇ ରହିଛି ।

ନୂଆବର୍ଷ ୨୦୨୫ରେ କେତୁ ଚଳନ; ଏହି ୩ ରାଶିଙ୍କୁ କରିବେ ମାଲାମାଲ୍‌..

ରିପୋର୍ଟ ଅନୁସାରେ ବିରିୟାନୀରେ ଚିକେନ୍‌ ବିରିୟାନୀ ସଭିଁଙ୍କ ପ୍ରଥମ ପସନ୍ଦ । ବିଳମ୍ବିତ ରାତିରେ ୧୨ରୁ ୨ଟା ମଧ୍ୟରେ ବିରିୟାନୀ ୨ୟରେ ସବୁଠାରୁ ଅଧିକ ଲୋକଙ୍କ ପସନ୍ଦ ବୋଲି ଜଣାପଡିଛି । କାରଣ ଏହି ସମୟରେ ହିଁ ସବୁଠାରୁ ଅଧିକ ବିରିୟାନୀ ଅର୍ଡର କରାଯାଇଥିଲା ।

ସୂଚନାନୁସାରେ, କଲକାତାର ଜଣେ ବ୍ୟକ୍ତି ୧ ଜାନୁଆରୀ ୨୦୨୪ରେ ଭୋର ୪ଟାରେ ବିରିୟାନୀ ଅର୍ଡର କରିଥିଲେ । ବର୍ଷର ସ୍ୱାଦିଷ୍ଟ ଖାଦ୍ୟର ଅର୍ଡର ଆରମ୍ଭ ହୋଇଥିଲା । ପାସ୍ତା ଓ ନୁଡୁଲ୍ସ ମଧ୍ୟ ଲୋକଙ୍କ ପ୍ରିୟ ଖାଦ୍ୟ ତାଲିକାରେ ସାମିଲ ରହିଛି । ମୋମୋ ଅପେକ୍ଷା ଲୋକେ ନୁଡୁଲ୍ସକୁ ଅଧିକ ପସନ୍ଦ କରିଛନ୍ତି । ଖରାବେଳର ଖାଦ୍ୟ ଅପେକ୍ଷା ରାତ୍ରି ଭୋଜନ ୨୯ % ଯାହା ୨୧.୫ କୋଟି ରହିଛି । ଏହି ରିପୋର୍ଟ ଦର୍ଶାଇଛି ଭାରତରେ ଖାଦ୍ୟପେୟରେ ସ୍ୱିଗି କିଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି ।

ଦେଖନ୍ତୁ ଭିଡିଓ; ଅଲ୍ଲୁ ଅର୍ଜୁନ ପୁଲିସ ଷ୍ଟେସନରେ ହାଜର ପୂର୍ବରୁ କଲେ ଏମିତି..

ରାଜଧାନୀରୁ ହଟିବେ ସମସ୍ତ ଉଠା ଦୋକାନୀ

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories