ରାଜଧାନୀରୁ ହଟିବେ ସମସ୍ତ ଉଠା ଦୋକାନୀ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ହଟିବେ ସମସ୍ତ ଉଠା ଦୋକାନୀ। ୫୫ଟି ରାସ୍ତାରୁ ସ୍ଥାୟୀ ଭାବେ ହଟିବେ ଉଠା ଦୋକାନୀ । ସମୂହ ସଫେଇ କାର୍ଯ୍ୟକ୍ରମ ବେଳେ ଏନେଇ ମଙ୍ଗଳବାର ମେୟର ସୂଚନା ଦେଇଛନ୍ତି । ଉଠା ଦୋକାନୀକୁ ହଟାଇ ସ୍ଥାୟୀ ଭେଣ୍ଡିଂ ଜୋନ୍‌ ଦିଆଯିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି। ସିଆରପି ଛକରେ ସମୂହ ସଫେଇ କାର୍ଯ୍ୟକ୍ରମ ସମୟରେ ରାସ୍ତା କଡରେ ଥିବା ଉଠା ଦୋକାନୀଙ୍କୁ ବିଭିନ୍ନ କଥା ପଚାରି ବୁଝିଛନ୍ତି ମେୟର । ଏହାସହ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସଜେଇ ହୋଇଛି ରାଜଧାନୀ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ସମସ୍ତ ସ୍ଥାନକୁ ସ୍ୱଚ୍ଛ ରଖିବା ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାସହ ଦୋକାନ ରେଜିଷ୍ଟର କରିଥିବା ଦୋକାନୀ ଭେଣ୍ଡିଂ ଜୋନ୍‌ରେ ସ୍ଥାନ ପାଇବେ ଓ ଦୋକାନ ପାଖ ସଫା ରଖିବାକୁ ମଧ୍ୟ ମେୟର ନିର୍ଦ୍ଦେଶ ଦେଇଛନ୍ତି ।

ନୂଆବର୍ଷ ୨୦୨୫ରେ କେତୁ ଚଳନ; ଏହି ୩ ରାଶିଙ୍କୁ କରିବେ ମାଲାମାଲ୍‌..

Comments are closed.