ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ୨ୟ ବିବାହ କରିବାକୁ ଯାଉଛନ୍ତି ବିଶ୍ୱର ୨ୟ ଧନୀ ତଥା ଇ-କମର୍ସ କମ୍ପାନୀ ଆଜାଜନ୍ର ପ୍ରତିଷ୍ଠାତା ଜେଫ୍ ବେଜୋସ୍। ସେ ନିଜ ବାନ୍ଧବୀ ଲରେନ୍ ସାଞ୍ଚେଜଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।
ଏହି ବିବାହରେ ଅନେକ ନାମୀଦାମୀ ସେଲିବ୍ରିଟି ଯୋଗ ଦେବେ । ଜେଫ୍ ବେଜୋସ୍ଙ୍କ ବାନ୍ଧବୀ ଲରେନ୍ ସାଞ୍ଚେଜ୍ ହେଉଛନ୍ତି ମେକ୍ସିକୋ-ଆମେରିକୀୟ ପରିବାରର । ସେ ପ୍ରଥମେ ଏକ ଗଣମାଧ୍ୟମରେ କାମ କରୁଥିଲେ ।
୨୦୧୮ରେ ଜେଫ୍ ବେଜୋସ୍ଙ୍କ ସହ ତାଙ୍କ ସମ୍ପର୍କ ଗଢି ଉଠିଥିଲା । ୨୦୧୯ରେ ଉଭୟ ସମ୍ପର୍କରେ ଥିବା ନେଇ ଘୋଷଣା ମଧ୍ୟ କରିଥିଲେ। ବିବାହରେ ସାରା ବିଶ୍ୱର ବିଭିନ୍ନ ସ୍ଥାନରୁ ଅନେକ ମହଙ୍ଗା ଜିନିଷ ଅଣାଯାଇ ବ୍ୟବହାର ହେବ । ଏହି ବିବାହରେ ପ୍ରାୟ ୬୦୦ ମିଲିୟନ ଡଲାର ଖର୍ଚ୍ଚ ହେବ ବୋଲି ଆଲୋଚନା ହେଉଛି। ପୂର୍ବରୁ ଉଭୟଙ୍କ ନିର୍ବନ୍ଧ ହୋଇସାରିଛି । ୬୦ ବର୍ଷିୟ ଜେଫ୍ ବେଜୋସ୍ ୫୦୦ ମିଲିଅନ୍ ଡଲାର୍ ମୂଲ୍ୟର ସୁପର୍ୟାଚ୍ରେ ସମୁଦ୍ର ଭ୍ରମଣ କରୁଥିବା ବେଳେ ଜେଫ୍ ଲରେନ୍ଙ୍କୁ ପ୍ରପୋଜ୍ କରିଥିଲେ। ଲରେନ୍ଙ୍କ ସମ୍ମତି ପରେ ତାଙ୍କ ହାତରେ ସେ ଏକ ୨୦ କ୍ୟାରେଟ୍ ହୀରା ମୁଦି ପିନ୍ଧାଇଥିଲେ।
୨୦୨୪ରେ ବି ଲୋକଙ୍କ ପ୍ରଥମ ପସନ୍ଦ ବିରିୟାନୀ ; ଜାଣନ୍ତୁ ଏକ ମିନିଟ୍କୁ ହୋଇଛି କେତେ ଅର୍ଡର..
ବାସ୍ତୁ.. ତକିଆ ତଳେ ରଖି ଦିଅନ୍ତୁ ; ଚୁଟ୍କିରେ ଦୂର ହେବ ଧନ ଅଭାବ, ରାହୁ-କେତୁଙ୍କ କୁପ୍ରଭାବ, ବଢିବ ଧନ..
ଦ୍ୱିତୀୟ ବିବାହ ପୂର୍ବରୁ ଜେଫ୍ ବେଜୋସ୍ ତାଙ୍କ ପ୍ରେମିକାଙ୍କ ସହ ଏକ ପୂର୍ବ ଚୁକ୍ତି ସ୍ୱାକ୍ଷର କରିବେ। ଏହାପୂର୍ବରୁ ସେ ତାଙ୍କ ପ୍ରଥମ ପତ୍ନୀ ମ୍ୟାଙ୍କେଞ୍ଜିଙ୍କୁ ଛାଡପତ୍ର ସମାଧାନ ଭାବରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଥିଲେ। ଗଣମାଧ୍ୟମ ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ଛାଡପତ୍ର ବୋଲି କହିଥିଲା ଏବଂ ଏହାକୁ ନେଇ ବହୁ ଚର୍ଚ୍ଚା ହୋଇଥିଲା।
ଦେଖନ୍ତୁ ଭିଡିଓ; ବିଶ୍ୱବିଦ୍ୟାଳୟରୁ ଧରାପଡିଲା ୧୦୦ କେଜି ଓଜନ,୧୭ ଫୁଟ୍ ଲମ୍ବର ବିଶାଳକାୟ ଅଜଗର



