www.samajalive.in
Sunday, December 14, 2025
23.1 C
Bhubaneswar

ନୂଆବର୍ଷରେ ଡିସ୍‌ପ୍ଲେ ସହ ଆସିବ ରେ-ବ୍ୟାନ୍ ମେଟା ସ୍ମାର୍ଟ ଗ୍ଲାସ୍‌, ମିଳିବ ଏଆଇ ସୁବିଧା

ସମାଜ ଡିଜିଟାଲ ଡେସ୍କ: ରେ-ବ୍ୟାନ୍ ମେଟା ସ୍ମାର୍ଟ ଗ୍ଲାସେସ୍‌ ଏହାର ଉନ୍ନତ ଜ୍ଞାନକୌଶଳ ଏବଂ ଆକର୍ଷଣୀୟ ଡିଜାଇନ୍ ଯୋଗୁଁଁ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଦୀର୍ଘ ସମୟ ଧରି ମେଟାର ଏହି ସ୍ମାର୍ଟ ଚଷମାର କୌଣସି ମଜଭୁତ ପ୍ରତିଦ୍ୱନ୍ଦ୍ୱୀ ନଥିଲେ, କିିନ୍ତୁ ଏବେ ସାମସଙ୍ଗ ଏବଂ ଗୁଗଲ ପରି କମ୍ପାନୀଗୁଡ଼ିକ ଏଆଇ-ସକ୍ଷମ ଫିଚର ସହିତ ସ୍ମାର୍ଟ ଚଷମା ଲଞ୍ଚ୍ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ତେଣୁ ବଢୁଥିବା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ମେଟା ଏହାର ରେ-ବ୍ୟାନ୍ ସ୍ମାର୍ଟ ଗ୍ଲାସେସ୍‌ରେ ନୂତନ ଫିଚର୍ ଯୋଡ଼ିବାକୁ ଯୋଜନା କରୁଛି।

ସୂଚନା ମୁତାବକ, ମେଟା ୨୦୨୫ରେ ରେ-ବ୍ୟାନ୍ ସ୍ମାର୍ଟ ଗ୍ଲାସ୍‌ର ଏକ ନୂତନ ସଂସ୍କରଣ ଲଞ୍ଚ୍ କରିବାକୁ ପ୍ରସ୍ତୁତ ହେଉଛି। ଏହି ନୂଆ ଚଷମାରେ ଡିସ୍‌ପ୍ଲେ ଦିଆଯିବ, ଯାହା ବ୍ୟବହାରକାରୀଙ୍କୁ ନୋଟିଫିକେସନ୍‌ ଦେଖାଇବା ସହ ମେଟାର ଏଆଇ ସହିତ ଯୋଗାଯୋଗ କରିବାର ସୁବିଧା ପ୍ରଦାନ କରିବ। କୁହାଯାଉଛି ଯେ, ଏହି ଡିସ୍‌ପ୍ଲେ କେବଳ ନୋଟିଫିକେସନ୍‌ ନୁହେଁ, ବରଂ ନାଭିଗେସନ୍, ଫୋନ୍/ସ୍ମାର୍ଟୱାଚ୍ ନୋଟିଫିକେସନ୍‌ ଏବଂ ଅନ୍ୟାନ୍ୟ ସୂଚନା ମଧ୍ୟ ଦେଖାଇବ।

- Advertisement -

ସମ୍ପ୍ରତି ରେ-ବ୍ୟାନ୍ ମେଟା ସ୍ମାର୍ଟ ଗ୍ଲାସ୍‌ରେ ଭଏସ୍ ଆସିଷ୍ଟାଣ୍ଟ ସାହାଯ୍ୟରେ ମେସେଜ୍ ପଠାଇବା, କଲ କରିବା ଏବଂ ଅନ୍ୟ କାର୍ଯ୍ୟକୁ ବିନା ହାତରେ କରିବାର ସୁବିଧା ରହିଛି। ଏହି ଚଷମାରେ ବିଲ୍ଟ-ଇନ୍ ସ୍ପିକର ଅଛି, ଯାହା ଅଡ଼ିଓ ନୋଟିଫିକେସନ ଏବଂ ଭଏସ୍ ଆସିଣ୍ଟାଣ୍ଟର ଉତ୍ତର ଦେଇଥାଏ।

ଏହି ଚଷମାର ଡିଜାଇନ୍ କ୍ଲାସିକ୍ ରେ-ବ୍ୟାନ୍ ଶୈଳୀରେ ନିର୍ମିତ, ଯାହା ଏହାକୁ ଷ୍ଟାଇଲିସ୍ ଏବଂ ସୁବିଧାଜନକ କରିଥାଏ। ଏହା ବ୍ଲୁଟୁଥ୍ ମାଧ୍ୟମରେ ସ୍ମାର୍ଟଫୋନ୍ ସହିତ କନେକ୍ଟ ହୋଇଥାଏ ଏବଂ କିଛି ମଡେଲରେ ଏକ ଛୋଟ କ୍ୟାମେରା ମଧ୍ୟ ରହିଥାଏ, ଯାହା ଫଟୋ ଏବଂ ଭିଡିଓ କଏଦ କରିବାର ସୁବିଧା ଦେଇଥାଏ। ୨୦୨୫ରେ ଆସୁଥିବା ଥାର୍ଡ଼ ଜେନେରେସନ୍‌ ସ୍ମାର୍ଟ ଗ୍ଲାସ୍‌ରେ ଡିସ୍‌ପ୍ଲେ ଦିଆଯିବ, ଯାହା ଉପଭୋକ୍ତାଙ୍କୁ ଅଧିକ ଉନ୍ନତ ଅନୁଭୂତି ଦେବ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories