www.samajalive.in
Monday, December 15, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; ବିଶ୍ୱବିଦ୍ୟାଳୟରୁ ଧରାପଡିଲା ୧୦୦ କେଜି ଓଜନ,୧୭ ଫୁଟ୍‌ ଲମ୍ବର ବିଶାଳକାୟ ଅଜଗର

ନୂଆଦିଲ୍ଲୀ : ଆସାମ ବିଶ୍ୱବିଦ୍ୟାଳୟ ପରିସରରୁ ଗତ ସପ୍ତାହରେ ଧରାପଡିଛି ଏକ ବିଶାଳକାୟ ଅଜଗର । ଏହାର ପ୍ରାୟ ୧୦୦ କିଲୋଗ୍ରାମ ଓଜନ ଓ ୧୭ ଫୁଟ୍‌ ଲମ୍ବ । ଏହି ବିଶାଳକାୟ ଅଜଗର ବରାକ ଘାଟିର ଜନବସତି ଅଞ୍ଚଳରେ ଏପର୍ଯ୍ୟନ୍ତ ମିଳିଥିବା ଅନ୍ୟ ସରୀସୃପ ତୁଳନାରେ ସବୁଠାରୁ ବଡ ବୋଲି କୁହାଯାଇଛି । ମିଳିଥିବା ସୂଚନାନୁଯାୟୀ, ଏହି ବିଶାଳକାୟ ଅଜଗର ସାପକୁ ପ୍ରଥମେ ଆସାମ ବିଶ୍ୱବିଦ୍ୟାଳୟର ପରିସରରେ ଛାତ୍ରୀ ନିବାସ ୧ ନମ୍ବରରେ ଦେଖାଯାଇଥିଲା । ଏହା ଜଣାପଡିବା ପରେ ହଇଚଇ ସହ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ସାପକୁ ଦେଖିବା ପାଇଁ ଅନେକ ଲୋକେ ମଧ୍ୟ ଏକାଠି ହୋଇଥିଲେ ।


ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ଦେଖିପାରିବେ ଛାତ୍ର ଓ ବନ୍ୟଜୀବ ଅଧିକାରୀ ଅଜଗରକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ସାପକୁ ଜଙ୍ଗଲରେ ସୁରକ୍ଷିତ ଛାଡିବା ପାଇଁ ୧୦ ଜଣ ଲୋକେ ମିଶିଥିଲେ । କାରଣ ଏହା ଖୁବ୍‌ ଓଜନିଆ ହୋଇଥିଲା ।

ନୂଆବର୍ଷ ୨୦୨୫ରେ କେତୁ ଚଳନ; ଏହି ୩ ରାଶିଙ୍କୁ କରିବେ ମାଲାମାଲ୍‌..

- Advertisement -

ରିପୋର୍ଟରୁ ଜଣାପଡିଛି ଯେ, ଅଜଗର ଏକ ବଡ ଛେଳିକୁ ଗିଳିଦେବା ପରେ ଜଙ୍ଗଲ ଆଡକୁ ଯାଉଥିଲା । ସାପକୁ ଦେଖି ଛାତ୍ରମାନେ ସାହସର ସହ କାବୁ କରିବା ସହ ବନ୍ୟଜନ୍ତୁ ଅଧିକାରୀଙ୍କୁ ଖବର ଦେଇଥିଲେ । ଏହାପରେ ସାପକୁ ଜଙ୍ଗଲରେ ଛଡା ଯାଇଥିଲା ।

୨୦୨୪ରେ ବି ଲୋକଙ୍କ ପ୍ରଥମ ପସନ୍ଦ ବିରିୟାନୀ ; ଜାଣନ୍ତୁ ଏକ ମିନିଟ୍‌କୁ ହୋଇଛି କେତେ ଅର୍ଡର..

ବାସ୍ତୁ.. ତକିଆ ତଳେ ରଖି ଦିଅନ୍ତୁ ; ଚୁଟ୍‌କିରେ ଦୂର ହେବ ଧନ ଅଭାବ, ରାହୁ-କେତୁଙ୍କ କୁପ୍ରଭାବ, ବଢିବ ଧନ..

ଦେଖନ୍ତୁ ଭିଡିଓ; ଅଲ୍ଲୁ ଅର୍ଜୁନ ପୁଲିସ ଷ୍ଟେସନରେ ହାଜର ପୂର୍ବରୁ କଲେ ଏମିତି..

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories