www.samajalive.in
Sunday, December 7, 2025
15.1 C
Bhubaneswar

ବାସ୍ତୁ.. ତକିଆ ତଳେ ରଖି ଦିଅନ୍ତୁ ; ଚୁଟ୍‌କିରେ ଦୂର ହେବ ଧନ ଅଭାବ, ରାହୁ-କେତୁଙ୍କ କୁପ୍ରଭାବ, ବଢିବ ଧନ..

ଅନେକ ସମୟରେ ଦେଖାଯାଏ, ଯେତେ ରୋଜଗାର କଲେ ମଧ୍ୟ ନିଅଣ୍ଟ ହୋଇଥାଏ । ଅଯଥାରେ ଟଙ୍କା ଖର୍ଚ୍ଚ ହେବା ସହ ଧନର ଅଭାବ ଲାଗି ରହିଥାଏ । ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହୁଥିଲେ , ବାସ୍ତୁ ସହ ଜଡିତ କିଛି ଉପାୟ ଆପଣାଇବା ଦ୍ୱାରା ଏହା ଦୂର ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା ଏକ ସରଳ ଉପାୟ ଦ୍ୱାରା ଆର୍ଥିକ ସମସ୍ୟାକୁ ଚୁଟକିରେ ଦୂର କରି ହେବ । ଏହି ଜିନିଷ କେବଳ ଆର୍ଥିକ ସମସ୍ୟା ଦୂର କରେ ତାହା ନୁହେଁ ବରଂ ଏହା ନକରାତ୍ମକ ଶକ୍ତିକୁ ମଧ୍ୟ ଘରୁ ଦୂର କରିଥାଏ । ଏହା ହେଉଛି ଲବଙ୍ଗ । ବାସ୍ତୁରେ ଏହି ଛୋଟ ଜିନିଷର ଅନେକ ପ୍ରଭାବଶାଳୀ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି । ପୂଜାପାଠ ସହ ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ବାସ୍ତୁରେ ଏହାର ଅନେକ ମହତ୍ତ୍ୱ ବର୍ଣ୍ଣନା କରାଯାଇଛି । ଜାଣନ୍ତୁ ଲବଙ୍ଗ ସହାୟତାରେ କିଭଳି ଆର୍ଥିକ ସମସ୍ୟାକୁ ଦୂର କରି ହେବ..

୨୦୨୪ରେ ବି ଲୋକଙ୍କ ପ୍ରଥମ ପସନ୍ଦ ବିରିୟାନୀ ; ଜାଣନ୍ତୁ ଏକ ମିନିଟ୍‌କୁ ହୋଇଛି କେତେ ଅର୍ଡର..

- Advertisement -

ବାସ୍ତୁ ଅନୁଯାୟୀ, ଆର୍ଥିକ ସମସ୍ୟା ଲାଗି ରହୁଥିଲେ, ରାତିରେ ଶୋଇବା ସମୟରେ ନିଜ ତକିଆ ତଳେ ଏକ ଲବଙ୍ଗ ରଖି ଦିଅନ୍ତୁ । ଏହା ନକରାତ୍ମକ ଶକ୍ତିକୁ ଦୂର କରିଥାଏ । ଖଟ ସହ ଜଡିତ ବାସ୍ତୁ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଘରେ ସୁଖସମୃଦ୍ଧି ଓ ଧନ ବୃଦ୍ଧି ହୋଇଥାଏ । ଧନର ଆଗମନ ହୋଇଥାଏ । ସୌଭାଗ୍ୟ ବୃଦ୍ଧି ହେବା ସହ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ ।

ନୂଆବର୍ଷ ୨୦୨୫ରେ କେତୁ ଚଳନ; ଏହି ୩ ରାଶିଙ୍କୁ କରିବେ ମାଲାମାଲ୍‌..

ବ୍ୟକ୍ତି ବିଶେଷଙ୍କ ଜାତକରେ ରାହୁ ଓ କେତୁ ଅଶୁଭ ଫଳ ପ୍ରଦାନ କରୁଥିଲେ, ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ରାତିରେ ଶୋଇବା ପୂର୍ବରୁ ତକିଆ ତଳେ ଗୋଟିଏ ଲବଙ୍ଗ ରଖି ଦିଅନ୍ତୁ । ଏହାଦ୍ୱାରା ରାହୁ-କେତୁଙ୍କ ପ୍ରଭାବ ଦୂର ହୋଇଥାଏ । ପିଲାଙ୍କ ଦେହରେ ନଜର ଲାଗିଲେ, ରାତିରେ ତକିଆ ତଳେ ଗୋଟିଏ ଲବଙ୍ଗ ରଖିଲେ ସମସ୍ୟା ଦୂର ହୋଇଥାଏ । ନିଜର ମନର ଇଚ୍ଛା ପୂରଣ ପାଇଁ ଓ ଶୁଭଫଳ ପାଇଁ ୨୮ ଦିନ ପର୍ଯ୍ୟନ୍ତ ଲବଙ୍ଗକୁ ତକିଆ ତଳେ ରଖି ଦିଅନ୍ତୁ ।

ଦେଖନ୍ତୁ ଭିଡିଓ; ଅଲ୍ଲୁ ଅର୍ଜୁନ ପୁଲିସ ଷ୍ଟେସନରେ ହାଜର ପୂର୍ବରୁ କଲେ ଏମିତି..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories