www.samajalive.in
Sunday, December 7, 2025
23.1 C
Bhubaneswar

ବେଦାନ୍ତ ଆଲୁମିନିୟମର  ’ସ୍ୱର୍ଣ୍ଣ ପ୍ରାଶନ’ କାର୍ଯ୍ୟକ୍ରମ ଓଡ଼ିଶାର ୧୭ ହଜାର ପିଲାଙ୍କ ପାଖରେ ପହଞ୍ଚିଲା

ଭୁବନେଶ୍ୱର: ଭାରତର ସର୍ବବୃହତ୍‍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଆୟୁଷ ମନ୍ତ୍ରଣାଳୟ ସହ ଭାଗିଦାରୀରେ ଏହାର ‘ସ୍ୱର୍ଣ୍ଣ ପ୍ରାଶନ’ ଅଭିଯାନର ଚତୁର୍ଥ ପର୍ଯ୍ୟାୟ ସଫଳତାର ସହ ଶେଷ କରିଛି, ଯାହା ୧୭ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ପାରିଛି । ଓଡ଼ିଶାର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ୧୫ଟି ସରକାରୀ ବିଦ୍ୟାଳୟରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଏହି ଆୟୁର୍ବେଦିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସ୍ମୃତି ଶକ୍ତି ବୃଦ୍ଧି କରିବା ଏବଂ ପିଲାମାନଙ୍କର ପ୍ରାରମ୍ଭିକ ସମୟରେ ସାମଗ୍ରିକ ବିକାଶକୁ ସମର୍ଥନ କରିବା ପାଇଁ ଉଦ୍ଦିଷ୍ଟ । ଜିଲ୍ଲା ଆୟୁର୍ବେଦ ଓ ବିଦ୍ୟାଳୟ ପ୍ରଶାସନର ସହଯୋଗରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯାଇଥିଲା ।

 

- Advertisement -

ସେପ୍ଟେମ୍ବର ୨୦୨୪ରେ ଆୟୁଷ ମନ୍ତ୍ରଣାଳୟ ସହ ଭାଗିଦାରୀରେ ଏହି ପଦକ୍ଷେପ ଆରମ୍ଭ କରିବା ପରଠାରୁ ବେଦାନ୍ତ ଆଲୁମିନିୟମ ଓଡ଼ିଶା ସରକାର ଏବଂ ଆୟୁଷ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ବର୍ତ୍ତମାନ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟ କରୁଛି ଏବଂ ଓଡ଼ିଶାର କୋରାପୁଟ ଜିଲ୍ଲାରେ ବିସ୍ତାର କରିବାକୁ ଯୋଜନା ରହିଛି ।

ବେଦାନ୍ତ ଆଲୁମିନିୟମର ସିଇଓ ସୁନୀଲ ଗୁପ୍ତା କହିଛନ୍ତି ଯେ ସ୍ୱର୍ଣ୍ଣ ପ୍ରାଶନ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପଛୁଆ ଅଞ୍ଚଳରେ ଶିଶୁ ସ୍ୱାସ୍ଥ୍ୟ ଏବଂ କଲ୍ୟାଣରେ ଉନ୍ନତି ଆଣିବା ପାଇଁ ବେଦାନ୍ତ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ବିସ୍ତାର କରିବାରେ ଆୟୁଷ ମନ୍ତ୍ରଣାଳୟର ସମର୍ଥନ ମିଳିଥିବାରୁ ଆମେ ଗର୍ବ ଅନୁଭବ କରୁଛୁ । ବେଦାନ୍ତ ଆଲୁମିନିୟମର ବକ୍ସାଇଟ୍ ମାଇନ୍ସର ସିଇଓ ନୀତିନ କୁମାର ତିୱାରୀ କହିଛନ୍ତି ଯେ ସ୍ୱର୍ଣ୍ଣ ପ୍ରାଶନ କାର୍ଯ୍ୟକ୍ରମକୁ ଲୋକେ ଉତ୍ସାହର ସହ ଗ୍ରହଣ କରିଛନ୍ତି, ଯାହା ଦ୍ୱାରା ୪୦ଟି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମକୁ କୋରାପୁଟ ପର୍ଯ୍ୟନ୍ତ ବିସ୍ତାର କରିବାକୁ ଯୋଜନା ଥିବା ବେଳେ ଖୁବ୍‍ ଶୀଘ୍ର ୩୦ ହଜାରରୁ ଅଧିକ ଶିଶୁଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି ।

 

କଳାହାଣ୍ଡି ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ମୀନାକ୍ଷୀ ବେଦବାକ କହିଛନ୍ତି, ଶିଶୁଙ୍କ କଲ୍ୟାଣ ପାଇଁ ଆୟୁର୍ବେଦିକ ସ୍ୱାସ୍ଥ୍ୟ ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ଦିଗରେ ସ୍ୱର୍ଣ୍ଣ ପ୍ରାଶନ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସ୍ୱର୍ଣ୍ଣ ପ୍ରାଶନ କାର୍ଯ୍ୟକ୍ରମକୁ ସମର୍ଥନ ଦେବା ବେଦାନ୍ତ ଆଲୁମିନିୟମର ଗୋଷ୍ଠୀ-କେନ୍ଦ୍ରୀତ ବିକାଶ ପ୍ରତି ସମର୍ପଣର ପ୍ରମାଣ । ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରର କ୍ରୀଡ଼ା ଓ ସଂସ୍କୃତି ଭଳି ରଣନୈତିକ ପଦକ୍ଷେପ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତିବଦ୍ଧ । ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠୀ ଅଂଶୀଦାରଙ୍କ ସହ ଘନିଷ୍ଠ ସହଯୋଗ କରି କମ୍ପାନୀ ସୁନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପ ସାମାଜିକ-ଅର୍ଥନୈତିକ ପ୍ରଗତି ଦିଗରେ ଅଗ୍ରସର ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories