www.samajalive.in
Monday, December 15, 2025
14.1 C
Bhubaneswar

ଆଠଗଡ କଲେଜରେ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଘାଟିତ

ଆଠଗଡ : ଆଠଗଡର ସର୍ବପୁରାତନ ଗୋପବନ୍ଧୁ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ କଲେଜ) ଆନୁକୂଲ୍ୟରେ ଛାତ୍ରୀମାନଙ୍କ ପାଇଁ ଏକ ଆତ୍ମରକ୍ଷା କୌଶଳ ତାଲିମ ଶିବିର ସୋମବାର ଉଦଘାଟିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ.ଲୋକନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରି ଆଜିର ସମାଜରେ ବାଳିକା ଓ ମହିଳାଙ୍କ ସୁରକ୍ଷା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥିବାରୁ ସେମାନେ ନିଜ ସୁରକ୍ଷା ପାଇଁ ସଚେତନ ଓ ସତର୍କ ହେବା ଜରୁରୀ  ବୋଲି  ମତବ୍ୟକ୍ତ କରିଥିଲେ । ନିଜର ତଥା ପରିବାରର ସୁରକ୍ଷା ନିମନ୍ତେ ପ୍ରତ୍ୟେକ ଛାତ୍ରୀ ଆତ୍ମରକ୍ଷା କୌଶଳ ତାଲିମ ନେବା ଉପରେ ଅଧ୍ୟକ୍ଷ ଗୁରୁତ୍ଵାରୋପ କରିଥିଲେ । ଅଧ୍ୟାପକ ଡ.ଗୌତମବୁଦ୍ଧ ସୀତାରାମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ ।

କନିଷ୍ଠ କଲେଜ ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଅଧ୍ୟାପିକା ସୁସ୍ମିତା ସାହୁ କାର୍ଯ୍ୟକ୍ରମ ସଂଚାଳନ କରବା ସହ ତାଲିମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସେହିପରି ଡିଗ୍ରୀ କଲେଜ ନୋଡାଲ ଅଧିକାରୀ ଅଧ୍ୟାପିକା ଡ.ଗାୟତ୍ରୀ ତ୍ରିପାଠୀ ସ୍ଵାଗତ ଭାଷଣ ଦେବା ସହିତ ଛାତ୍ରୀମାନଙ୍କ ପାଇଁ ଏହି ଆତ୍ମରକ୍ଷା ତାଲିମର ଆବଶ୍ୟକତା ଓ ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ । ଆତ୍ମରକ୍ଷା କୌଶଳ ପ୍ରଶିକ୍ଷିକା ନିରୁପମା ବେହେରା ଓ ସଂଗୀତା ବେହେରା ବିଭିନ୍ନ କୌଶଳ ପ୍ରଦର୍ଶନ ସହିତ ଆତ୍ମରକ୍ଷା କୌଶଳର କେତେକ ସହଜ ଉପାୟ ସମ୍ପର୍କରେ ଛାତ୍ରୀଙ୍କୁ ଶିକ୍ଷା ଦେଇଥିଲେ । କଲେଜର ୨୨୦ ଛାତ୍ରୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଆଠଦିନ ଧରି ତାଲିମ ଦିଆଯିବ। ଶେଷରେ ଅଧ୍ୟାପିକା ନଳିନୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories