www.samajalive.in
Sunday, December 14, 2025
26.1 C
Bhubaneswar

ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ, ଆଉ ଦୁଇ ଗିରଫ

ଭୁବନେଶ୍ୱର : ଓୟୁଏଟିର ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ର ଆୟୁଷ ନାରାୟଣଙ୍କୁ ଆକ୍ରମଣ ମାମଲାରେ ଖଣ୍ଡଗିରି ଥାନା ପୁଲିସ ସୋମବାର ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଦୁଇ ଅଭିଯୁକ୍ତ ହେଲେ ଖଣ୍ଡଗିରି ଥାନା ବରମୁଣ୍ଡାସ୍ଥିତ ଫ୍ରେଣ୍ଡସ୍ କଲୋନୀର ଶୁଭମ ସ୍ଵାଇଁ ଓରଫ ହରି ଏବଂ ଭୁବନେଶ୍ବର ନ୍ୟୁ ଫରେଷ୍ଟ ପାର୍କ ନିକଟରେ ରହୁଥିବା ନୟାଗଡ଼ ଜିଲା ଓଡ଼ଗାଁ ଶରଧାପୁରର ଚିନ୍ମୟ ବେହେରା ଓରଫ ସୋନୁ।

ସୂଚନାଯୋଗ୍ୟ, ଚଳିତ ମାସ ୪ରେ ଓୟୁଏଟି ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର ଶୁଭମ ସାହୁ, ସୌରଭ ମହାନ୍ତି, ବିମଳେନ୍ଦୁ ଦାସ ଓ ବିଗ୍ନେଶ ଦାସ ମିଶି ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ର ଆୟୁଷ ନାରାୟଣ, ରାଜ ନିଶିକାନ୍ତ ଓ ସୌରଭ ଶେଖରଙ୍କୁ ଦେଖା କରିବାକୁ ଯାଇଥିଲେ। ସେହି ସମୟରେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ବଚସା ପରେ ୪ଜଣ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର ଫେରି ଆସିଥିଲେ। କିନ୍ତୁ ଏହି ଯୁକ୍ତିତର୍କ ପରେ ପ୍ରଥମ ବର୍ଷର ଛାତ୍ରମାନେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ। ତୃତୀୟ ବର୍ଷ ଛାତ୍ରଙ୍କୁ ପାନେ ଦେବାପାଇଁ ସ୍ଥିର କରି ପ୍ରତୀକ ମହାନ୍ତି ନାମକ ଜଣେ ଅଣଛାତ୍ରଙ୍କୁ କହିଥିଲେ ।

- Advertisement -

ପ୍ରତୀକ ଆଉ କିଛି ସହଯୋଗୀଙ୍କୁ ଯୋଗାଡ଼ କରି ସନ୍ଧ୍ୟାରେ ଦୁଇଟି ଗାଡ଼ିରେ ଓୟୁଏଟି ହଷ୍ଟେଲ ନିକଟରେ ପହଞ୍ଚିଥିଲେ। ସେହି ସମୟରେ ଆୟୁଷ ନାରାଯଣ ହଷ୍ଟେଲକୁ ଫେରୁଥିଲେ। ଆୟୁଷକୁ ଦେଖ୍ ପ୍ରଥମ ବର୍ଷ ଛାତ୍ରମାନେ ରାଜ ଓ ସୌରଭ ଶେଖର କୁଆଡ଼େ ଗଲେ ବୋଲି ପଚାରିଥିଲେ। ଏହାପରେ ୧୦/୧୧ ଯୁବକ ଏକ ଖଣ୍ଡାରେ ଅତି ନିର୍ମମ ଭାବେ ଆୟୁଷଙ୍କୁ ଆକ୍ରମଣ କରିଥିଲେ। ଫଳରେ ଆୟୁଷଙ୍କ ମୁଣ୍ଡ ଓ ଦେହରେ ଗଭୀର ଆଘାତ ଲାଗିଥିଲା। ରକ୍ତାକ୍ତ ଅବସ୍ଥାରେ ଆୟୁଷ ତଳେ ପଡ଼ି ଯାଇଥିଲେ। ଆୟୁଷଙ୍କ ମୃତ୍ୟୁ ହୋଇଯାଇଥିବା ଭାବି ଛାତ୍ର ଓ ଅଣଛାତ୍ରମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଆୟୁଷଙ୍କ ସାଙ୍ଗମାନେ ତୁରନ୍ତ ଚିକିତ୍ସା ପାଇଁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଅବସ୍ଥାରେ ପରିବର୍ତ୍ତନ ନଆସିବାରୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରିଥିଲେ। ଏହି ଘଟଣାର ଅଭିଯୋଗ ପରେ ପୁଲିସ ରବିବାର ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସୋମବାର ଆଉ ଦୁଇ ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଆଉ କେଉଁ ଅଭିଯୁକ୍ତଙ୍କ ସମ୍ପୃକ୍ତି ଅଛି ସେ ନେଇ ପୁଲିସ ତଦନ୍ତ ଚଳାଇଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories