www.samajalive.in
Monday, December 15, 2025
16.1 C
Bhubaneswar

ଶୃଙ୍ଖଳାର ସହ ସଶକ୍ତିକରଣ ପାଇଁ ପ୍ରେରଣାପୂର୍ଣ୍ଣ ପରାମର୍ଶ

ଗୋପାଳପୁର: ଆମ୍ବପୁଆ ଠାରେ ଥିବା ବ୍ରହ୍ମପୁର ସିଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏକାଦଶ ଶ୍ରେଣୀର ଛାତ୍ରୀ ଆତ୍ମସୁରକ୍ଷା ଶିବିର ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଗୀତାଞ୍ଜଳି ପାଣିଗ୍ରାହୀ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ ପାଇଁ ଆତ୍ମସୁରକ୍ଷା ବର୍ତ୍ତମାନ ପରିପ୍ରେକ୍ଷୀରେ ନିତ୍ୟାନ୍ତ ଆବଶ୍ୟକ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଏନସିସି ଅଫିସର ଲେଫଟନାଣ୍ଟ ମେଘନାଦ ପ୍ରଧାନ ଛାତ୍ରୀଙ୍କୁ ଶୃଙ୍ଖଳାର ସହ ସଶକ୍ତିକରଣ ପାଇଁ ପ୍ରେରଣାପୂର୍ଣ୍ଣ ପରାମର୍ଶ ପ୍ରଦାନ କରିଥିଲେ ।

ଶିକ୍ଷାବିଭାଗର ବିଭାଗୀୟ ମୁଖ୍ୟ ଡ.ଅଜୟ କୁମାର ପେଟ୍ରୋଇ ଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ ହେବାପାଇଁ ଆତ୍ମସୁରକ୍ଷା ତାଲିମ ଜରୁରୀବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପିକା ଡ. ମିନତୀ ସାହୁ ନାରୀ ପରାଶ୍ରୟୀ ନହୋଇ ସ୍ୱାବଲମ୍ବୀ ହେବାପାଇଁ ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ମାଷ୍ଟର ଟ୍ରେନର ସଂନ୍ଧ୍ୟାରାଣୀ ମହାରଣା ଆତ୍ମସୁରକ୍ଷାର ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ତାଲିମ କାର୍ଯ୍ୟକ୍ରମର ବିଭିନ୍ନ କୌଶଳର ସୂଚନା ପ୍ରଦାନ କରିଥିଲେ ।

- Advertisement -

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜିକା ଡ.ସସ୍ମିତା ପଟ୍ଟନାୟକ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ସହ ସଂଯୋଜିକା ମାନିନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

 

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories