ତାମିଲନାଡୁରେ ମିଳିଲା ୩୨୦୦ ବର୍ଷ ତଳର ସଭ୍ୟତାର ସନ୍ଧାନ
ଚେନ୍ନାଇ : ତାମିଲନାଡୁରେ ଏକ ପ୍ରାଚୀନ ସ୍ଥାନରେ ଉତ୍ଖନନ ସମୟରେ ଏମିତି କିଛି ପ୍ରମାଣ ମିଳିଛି ଯାହା ସିନ୍ଧୁ ଘାଟୀ ସଭ୍ୟତା ସହ ସମ୍ପର୍କ ଥିବା ସଙ୍କେତ ଦେଉଛି । ପ୍ରତ୍ନତତ୍ତ୍ବ ବିଭାଗର ଏକ ଅଧ୍ୟୟନରେ ଜଣାପଡିଛି କି ମିଳିଥିବା ପ୍ରାୟ ୯୦ ପ୍ରତିଶତ ଚିତ୍ର ଏବଂ ପ୍ରତୀକ ସିନ୍ଧୁ ଘାଟୀ ସଭ୍ୟତାର ମେଳ ଖାଉଛି । ତୁତ୍ତୁକ୍କୁଡି ଜିଲାର ଶିବଗଲାଇ ନିକଟରେ ଉତ୍ଖନନ ସମୟରେ ପ୍ରତ୍ନତତ୍ତ୍ବବିତଙ୍କୁ ୭୦୦ରୁ ଅଧିକ ଅଦ୍ବିତୀୟ କଳାକୃତି ମିଳିଛି । କଳା ଓ ଲାଲ୍ ରଙ୍ଗର ବାସନକୁସନ, ମାଟି ତିଆରି ଅନେକ ଉପକରଣ, ଧୂମପାନ ପାଇଁ ମାଟିର ପାଇପ୍ ଏବଂ ଏକ ଶଙ୍ଖ ମିଳିଛି ।
ଅଧ୍ୟୟନ ଅନୁସାରେ ୧୪୦ ସ୍ଥାନରେ ମିଳିଥିବା ୧୫ ହଜାର ଭିନ୍ନ ଭିନ୍ନ ସାମଗ୍ରୀର ଅଂଶକୁ ଡିଜିଟାଲିକରଣ କରାଯାଇଛି । ତୁଳନାତ୍ମକ ଅଧ୍ୟୟନରେ ଏହି ସଙ୍କେତ ମିଳୁଛି କି ସିନ୍ଧୁ ଘାଟୀ ସଭ୍ୟତା ଓ ଦକ୍ଷିଣ ଭାରତର ଲୌହ ଯୁଗର ବସ୍ତି ମଧ୍ୟରେ ସାଂସ୍କୃତିକ ଏବଂ ଆର୍ଥିକ ଆଦାନ ପ୍ରଦାନ ହୋଇଥିବ । ଯଦିଓ ଏହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ପ୍ରମାଣ ମିଳିପାରିନି ତେବେ ଏହି ଦିଗରେ ଅଧ୍ୟୟନ ଚାଲିଛି ।
Comments are closed.