ବଲାଙ୍ଗୀର : ଆଜି ପୌଷ ମାସ ଶୁକ୍ଳ ପକ୍ଷ ପ୍ରଥମ ମଙ୍ଗଳବାର। ଆଦିବାସୀଙ୍କ ପ୍ରସିଦ୍ଧ ଶୁଳିଆ ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକର ଖଇରିଗୁରା ଓ କୁମୁରିଆ ଗାଁ। ସୋମବାର ମଧ୍ୟରାତ୍ରରେ ନିଶି ପୂଜା ସମ୍ପନ୍ନ ହୋଇଛି। ଆଜି ରକ୍ତ ରଞ୍ଜିତ ହୋଇଛି ଶୁଳିଆ ପୀଠ। ବଳି ପାଇଁ ସେଭଳି କୌଣସି କଟକଣା ନାହିଁ। ତେଣୁ ଚଳିତବର୍ଷ ମଧ୍ୟ ବୋଦା, ମେଣ୍ଡା, କୁକୁଡା ଆଦି ବଳି ଦିଆଯାଉଛି। ଯାତ୍ରା ପାଇଁ ଖଇରିଗୁରା ର ବଡଖଳା ଏବଂ କୁମୁରିଆର ସାନଖଳାର ସବୁ ପ୍ରସ୍ତୁତି ହୋଇଛି। ସକାଳୁ ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ଯାଇ ଖଳାରେ ପହଞ୍ଚିଛନ୍ତି। ତାପରେ ରୀତିନୀତି ଅନୁଯାଇ ପୂଜାର୍ଚ୍ଚନା କରାଯାଇଛି। ସୁରକ୍ଷା ପାଇଁ ଦୁଇ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।
Popular Categories



