ନେପାଳରେ ଭୂକମ୍ପ: ଥରିଲା ଉତ୍ତର ଭାରତ

ନୂଆଦିଲ୍ଲୀ : ସକାଳୁ ସକାଳୁ ଭୂକମ୍ପରେ ଥରିଲା ନେପାଳ।  ନେପାଳ, ଚୀନ୍ ସହ ଉତ୍ତର ଭାରତର କିଛି ସ୍ଥାନରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି। ନେପାଳରେ ତୀବ୍ରତା ୭.୧ ଥିବାବେଳେ ଚୀନ୍ ଚିଦ୍ଦତରେ ରିକ୍ଟର ସ୍କେଲରେ ତୀବ୍ରତା ୬.୮ ରେକର୍ଡ ହୋଇଛି। ବିହାର, ଆସାମ , ଦିଲ୍ଲୀ ଏନସିଆର ସମେତ କିଛି ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। ନେପାଳର ଲୋବୁଚେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ୩୦ ମିନିଟରେ ୫ ଥର ଝଟକା ଅନୁଭୂତ ହୋଇଛି। ସକାଳ ୬ଟା ୩୦ରେ ଲୋକେ ଭୂକମ୍ପ ଝଟକା ଅନୁଭବ କରିବା ପରେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।

 

Comments are closed.