www.samajalive.in
Monday, December 15, 2025
24.1 C
Bhubaneswar

ହାଇପ୍ରୋଫାଇଲ ଠକ ଦମ୍ପତି ମାମଲା: ଆଜି ବି ଚାଲିଛି ଚଢାଉ

ଭୁବନେଶ୍ବର :  ଖୋଲୁଛି ହାଇପ୍ରୋଫାଇଲ ଠକ ଦମ୍ପତିଙ୍କ କଳା ସାମ୍ରାଜ୍ୟର ଗୁମର। କୋଟିପତି ହେବା ପଛର ଖିଅ ଖୋଜୁଛି ଆୟକର ବିଭାଗ। ରାଜଧାନୀରୁ ଗିରଫ ହାଇପ୍ରୋଫାଇଲ ଠକ ଦମ୍ପତିଙ୍କ ଘରେ ଆଜି ବି ଚଢାଉ କରୁଛି  ଆୟକର ବିଭାଗ । ହଂସିତାଙ୍କ ସ୍ବାମୀ ତଥା କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟଙ୍କ ଘରେ ଏବଂ ବାଲିଗୁଡ଼ା ସ୍ଥିତ ଘରେ ଚଢାଉ ଜାରି ରହିଛି।  ସେପଟେ ଭୁବନେଶ୍ବରରେ ତାଙ୍କ ସହଯୋଗୀ ଅନୀଲ ମହାନ୍ତିଙ୍କ ଘରେ ମଧ୍ୟ  ରେଡ୍ କରାଯାଉଛି। ମଙ୍ଗଳବାର ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଥିବା କମ୍ପାନୀ, କାର୍ଯ୍ୟାଳୟ ଓ ଘର ସମେତ ୧୨ଟି ସ୍ଥାନରେ ଏକସଙ୍ଗେ ଚଢ଼ଉ କରି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଅଭିଯୁକ୍ତ ଅନିଲ ମହାନ୍ତିଙ୍କ ଦାମିକିଆ କାର୍‌ ଦୁଇଟି ପୋରସେ ଓ ଜାଗୁଆରକୁ ଆୟକର ବିଭାଗ ଜବତ କରିଛି। ଠକ ଦମ୍ପତିଙ୍କୁ ରିମାଣ୍ଡରେ ଆଣି ଜେରା କରିବାକୁ କମିସନରେଟ ପୁଲିସ ଲକ୍ଷ୍ୟ ରଖିଛି। ଏନେଇ ପୁଲିସ ଅଦାଲତରେ ଆବେଦନ କରିସାରିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories