www.samajalive.in
Saturday, December 6, 2025
26.1 C
Bhubaneswar

ମାଓବାଦୀଙ୍କ ବିସ୍ଫୋରଣ ଘଟଣା: ସିଆର୍‌ପିଏଫ୍‌ ଡିଜି, ଏନ୍‌ଆଇଏ ଦଳର ତଦନ୍ତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଓ ଦାନ୍ତେୱାଡ଼ା ଜିଲା ମଧ୍ୟରେ ଗତକାଲି ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ସହିଦ ୮ ଯବାନ ଓ ମୃତ ଚାଳକଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବି ଶର୍ମା, ମନ୍ତ୍ରୀ କେଦାର କାଶ୍ୟପ, ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସହିଦଙ୍କ ପରିବାରକୁ ଭେଟି ସମବେଦନା ଜଣାଯାଇଛି। ଯବାନମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଶ୍ରୀ ସାୟ ପ୍ରକାଶ କରିଛନ୍ତି। ବର୍ତ୍ତମାନ ମାଓବାଦୀମାନେ ଭୟଭୀତ ରହିଛନ୍ତି; ସେମାନଙ୍କ ସ୍ଥିତିକୁ ମୂଳପୋଛ ଓ ଲୋକଙ୍କ ସୁରକ୍ଷା ଆମର ପ୍ରାଥମିକତା ବୋଲି ଶ୍ରୀ ସାୟ ପ୍ରକାଶ କରିଛନ୍ତି। ବସ୍ତର ଅଞ୍ଚଳର ବିକାଶକୁ ମଧ୍ୟ ସେ ଗୁରୁତ୍ବ ଦେଇଛନ୍ତି। ଗତ ଶନିବାରଠାରୁ ଅବୁଝମାଡ଼ ଜଙ୍ଗଲରେ ସିଆର୍‌ପିଏଫ୍‌ଙ୍କଠାରୁ ବିଏସ୍‌ଏଫ୍‌, ଡିଆରଜିଙ୍କ ୫ଶହରୁ ଊର୍ଦ୍ଧ୍ବ ଯବାନ ବସ୍‌ ଓ ଯୁଦ୍ଧ ବିମାନରେ ମିଳିତ ଭାବେ ମାଓ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ଗତ ଶନିବାର ୫ ମାଓବାଦୀଙ୍କୁ ଯବାନମାନେ ନିହତ କରିବା ପରେ ଯବାନମାନେ ଫେରିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଅଭିଯାନ ସାରି ଯବାନମାନେ ଏକ ଘରୋଇ ଗାଡିରେ ଫେରୁଥିବା ବେଳେ ଏସଓପି ପାଳନ କରାଯାଇ ନ ଥିଲା। ପୂର୍ବରୁ ଖଞ୍ଜା ଯାଇଥିବା ୭୦ କିଲୋ ଓଜନର ଆଇଇଡିକୁ ମାଓବାଦୀ ବିସ୍ଫୋରଣ କରିଥିଲେ। କୁଟୁର ଥାନା ଅଞ୍ଚଳ ତଥା ବିଜାପୁରଠାରୁ ୮୦ କିମି ଦୂର କୋଷା ଓ ବେଡ଼ରା ରାସ୍ତାରେ ଏହି ବିସ୍ଫୋରଣ ଘଟିଥିଲା। ବିରୋଧୀ ଦଳର ନେତା ଚନ୍ଦ୍ରଦାସ ମହାନ୍ତ ଅଭିଯୋଗ କରିଛନ୍ତି ଯେ, ମାଓ ମୁକାବିଲା ପାଇଁ ସ୍ବତନ୍ତ୍ର ରଣନୀତି କରାଯାଇ ନ ଥିବାରୁ ଏପରି ଅଘଟଣ ଘଟିଛି। ଫେରିବା ସମୟରେ ଯେଉଁ ସବୁ ସତର୍କତା ଅବଲମ୍ବନ କରିବା କଥା ତାହା ଗ୍ରହଣ କରାଯାଇ ନ ଥିବାରୁ ଏପରି ପରିସ୍ଥିତି ଘଟିଲା। ସିଆର୍‌ପିଏଫ୍‌ ଡିଜି ଭିନିଲ କୁମାରଙ୍କ ସମେତ ଏନ୍‌ଆଇଏର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। କିପରି ବିସ୍ଫୋରଣ ହେଲା ତାହାକୁ ନେଇ ସମୀକ୍ଷା କରାଯାଇଛି। କେଉଁ ବିସ୍ଫୋରକ ବ୍ୟବହାର ହୋଇଥିଲା। କେବେ ଆଇଇଡି ଖଞ୍ଜା ଯାଇଥିଲା। ସେସବୁ ଦିଗରେ ସମୀକ୍ଷା କରି ଅଞ୍ଚଳରେ ତଲାସି ଅଭିଯାନକୁ ବଢ଼ାଇବାକୁ ଅଧିକାରୀମାନେ ନିର୍ଦେଶ ଦେଇଛନ୍ତି। ଉକ୍ତ ଘଟଣାରେ ବସ୍ତର ମାଓ ଡିଭିଜନ ସାମିଲ ଥିବା ନେଇ ସୂଚନା ମିଳିଛି। ମାଷ୍ଟର ମାଇଣ୍ଡ ହିଡ୍‌ମାଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଏଡିଜିପି ବିବାକେନନ୍ଦ ଶର୍ମା, ସିଆର୍‌ପିଏଫ୍‌ ଆଇଜି ରାକେଶ ଅଗ୍ରୱାଲ, ଆଇଜି ସୁନ୍ଦରରାଜ ପି ପ୍ରମୁଖ ତଦନ୍ତ କରିଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories