www.samajalive.in
Tuesday, December 9, 2025
16.1 C
Bhubaneswar

ମାନାପୁରମ ଗୋଲ୍ଡର ଡକାୟତଙ୍କୁ ଧରିବାକୁ ଜନତାର ସହାୟତା ଲୋଡିଲା ପୁଲିସ

ସମ୍ବଲପୁର: ଗତ ୩ ତାରିଖରେ ସମ୍ବଲପୁରର ବ୍ୟସ୍ତବହୁଳ ବୁଢ଼ାରଜା ଅଞ୍ଚଳରେ ଥିବା ମାନାପୁରମ ଗୋଲ୍ଟ ଲୋନର ଶାଖାରୁ ଡକାୟତ ମାନେ ସକାଳ ପ୍ରାୟ ୧୦ଟା ସମୟରେ ପ୍ରାୟ ୩୦ କିଗ୍ରା ସୁନା ଓ ନଗଦ ୪ ଲକ୍ଷ ୮୧ ହଜାର ଟଙ୍କା ଲୁଟ କରି ନେଇଛନ୍ତି। ଏହି ଘଟଣାରେ ପୁଲିସକୁ ୫ ଦିନ ହେବ କୌଣସି ସଫଳତା ମିଳି ପାରି ନ ଥିବା ବେଳେ ଏବେ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରେ ୪ଟି ପୁଲିସ ଦଳ ଡକାୟତ ମାନଙ୍କୁ ଖୋଜୁଛନ୍ତି। ଇତି ମଧ୍ୟରେ ପୁଲିସ ୨ଟି ଡକାୟତଙ୍କର ଫଟୋ ଚିତ୍ର ହାସଲ କରିବାରେ ସଫଳ ହୋଇଛି। ବହୁ ଖୋଜାଖୋକି ସତ୍ୱେ ପୁଲିସ ଡକାୟତ ମାନଙ୍କୁ ଧରି ନ ପାରିବାରୁ ଶେଷରେ ସମ୍ବଲପୁର ୨ ଅଭିଯୁକ୍ତଙ୍କ ଫଟୋ ଜାରି କରି ଜନତାଙ୍କ ସହାୟତା ଲୋଡିଛି। ଯଦି କେହି ବ୍ୟକ୍ତି ଏହି ବ୍ୟକ୍ତି ଦ୍ୱୟଙ୍କ ସମ୍ପର୍କରେ ପୁଲିସକୁ ସୂଚନା ପ୍ରଦାନ କରନ୍ତି, ତାହା ହେଲେ ତାଙ୍କର ପରିଚୟ ଗୋପନ ରଖାଯିବା ସହିତ ସୂଚନାଦାତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ସୂଚନାଦାତା ୮୯୨୬୯୮୭୬୯୫ କିମ୍ବା ୮୯୨୬୯୮୭୬୯୩ ଫୋନ ନମ୍ବରକୁ ଯୋଗାଯୋଗ କରି ତଥ୍ୟ ପ୍ରଦାନ କରିପାରିବେ ବୋଲି ଜିଲା ଅତିରିକ୍ତ ପୁଲିସ ଆରକ୍ଷୀ ଅଧିକ୍ଷକ (ଡିଆଇବି) ସୂଚନା ପ୍ରଦାନ କରିଛନ୍ତି। ଅପରପକ୍ଷରେ ଏହି ଘଟଣାରେ ପୁଲିସ କିଛି ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories