www.samajalive.in
Saturday, December 6, 2025
19.1 C
Bhubaneswar

ଅଧିକ ପଥର ପରିବର୍ତ୍ତନ ହେବ ,ମୂଷା ଗାତର ମରାମତି ହେବ : ଏଏସଆଇ ଅଧୀକ୍ଷକ

ପୁରୀ : ଶ୍ରୀମନ୍ଦିରରେ ମଙ୍ଗଳବାର ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଅପରାହ୍ଣ ୩ଟା ୨୫ରେ ଶେଷ ହୋଇଥିଲା। ଏହାପରେ ଏଏସ୍‌ଆଇ କର୍ତ୍ତୃପକ୍ଷ କୁଶଳୀ ଶ୍ରମିକଙ୍କୁ ନେଇ ଶ୍ରୀମନ୍ଦିରରେ ପ୍ରବେଶ କରି ରତ୍ନଭଣ୍ଡାର ମରାମତି ଆରମ୍ଭ କରିଥିଲେ। ଭିତର ରତ୍ନଭଣ୍ଡାରରେ ଚୂନ ଛଡ଼ାଇବା କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଚୂନ ଛଡ଼ାଯାଇଥିବା କାନ୍ଥର ମରାମତି ହେବା ସହ ଚଟାଣରେ ରହିଥିବା ଫାଟ ଏବଂ ମୂଷା ଗାତର ମରାମତି କରାଯିବ। ପରବର୍ତ୍ତୀ ସମୟରେ କାନ୍ଥ ଓ ଚଟାଣରେ ଥିବା ଦୁର୍ବଳ ପଥରକୁ ପରିବର୍ତ୍ତନ କରାଯିବ। ଯେତିକି ପଥର ପରିବର୍ତ୍ତନ ପାଇଁ ପୂର୍ବରୁ ଆକଳନ କରାଯାଇଥିଲା, ତାଠାରୁ ଅଧିକ ପଥର ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଏଏସ୍‌ଆଇ ଅଧୀକ୍ଷକ ଡି.ବି. ଗଡ଼ନାୟକ ମଙ୍ଗଳବାର ସୂଚନା ଦେଇଛନ୍ତି। ବୈଜ୍ଞାନିକଙ୍କ ନିରୀକ୍ଷଣରେ ରସାୟନ ପ୍ରକ୍ରିୟାକରଣ ଦ୍ୱାରା ସମସ୍ତ ସଂରକ୍ଷଣ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। କେତେ ପଥର ମରାମତି ଏବଂ ପରିବର୍ତ୍ତନ କରାଯିବ ସେନେଇ ଆକଳନ ଶେଷ ହୋଇଛି। କାନ୍ଥ ଏବଂ ଚଟାଣର ସଂରକ୍ଷଣ କାର୍ଯ୍ୟ ଶେଷ ହେବା ପରେ ଅନ୍ୟାନ୍ୟ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଏଏସ୍‌ଆଇ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ପ୍ରବାସୀ ଭାରତୀୟ ଦିବସ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଜିଲା ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରବାସୀ ଭାରତୀୟଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ହେଉଛି। ରତ୍ନଭଣ୍ଡାର ମରାମତି ପାଇଁ ମାତ୍ର ୨ଘଣ୍ଟା ସମୟ ମିଳୁଛି ବୋଲି ସୂଚନା ମିଳିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories