www.samajalive.in
Saturday, December 13, 2025
26.1 C
Bhubaneswar

ଆଭ୍ୟନ୍ତରୀଣ ସୁରକ୍ଷା ସୁଦୃଢ଼ ହେଲେ ବିକଶିତ ଭାରତ ସମ୍ଭବ

ଖୋର୍ଦ୍ଧା : ଦେଶମାତୃକା ପାଇଁ ସୀମା ସୁରକ୍ଷାରେ ନିୟୋଜିତ ସୈନିକଙ୍କ ତ୍ୟାଗ ଉତ୍ସର୍ଗୀକୃତ ବଳିଦାନ ଏବଂ ଅଦମ୍ୟ ସେବାକୁ ସମ୍ମାନ ଦେବା ପାଇଁ ଇଣ୍ଡୋ-ତିବ୍ଦତ ସୀମା ପୁଲିସ୍ ଖୋର୍ଦ୍ଧା ଶାଖା ମଙ୍ଗଳବାର ତା’ର ୬୩ତମ ସ୍ଥାପନା ଦିବସ ପାଳନ କରିଛି। ଆଇ.ଟି.ବି.ପି ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଉଦ୍‌ଘାଟନ କରି ଆଇଟିବିପି ଯବାନଙ୍କୁ ୬୨ ବର୍ଷର ଉତ୍ସର୍ଗୀକୃତ ସେବା ପାଇଁ ଅଭିନନ୍ଦନ ଜଣାଇବା ସହ ଭାରତର ସୀମା ସୁରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ। ସେ କହିଥିଲେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁଦୃଢ ହେଲେ ବିକଶିତ ଭାରତ ସମ୍ଭବ ହେବ। ଆଇଟିବିପି ବିପର୍ଯ୍ୟୟ ପରିଚାଳନା ଠାରୁ ନେଇ ଉଦ୍ଧାର କାର୍ଯ୍ୟ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ଶାନ୍ତି ବଜାୟ ରକ୍ଷା କରିବା ପାଇଁ ସମର୍ଥ ହୋଇଛି। ଆଇଟିବିପି ମହାନିର୍ଦେଶକ ରାହୁଲ ରସଗୋତ୍ରା ସମସ୍ତଙ୍କୁ ସ୍ୱାଗତ କରିବା ସହ ୬୨ବର୍ଷ ପୂର୍ବେ ସାତଟି ଡିଭିଜନକୁ ନେଇ ଆରମ୍ଭ ହୋଇଥିବା ଆଇଟିବିପି ଆଜି ୧ଲକ୍ଷ କର୍ମଚାରୀଙ୍କୁ ନେଇ ଏକ ବୃହତ ଶକ୍ତି ଭାବରେ ଉଭା ହୋଇଛି ବୋଲି କହିଥିଲେ। ଆଇଟିବିପିର ୪ ଜଣ ସେନା ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯାଇଥିବା ବେଳେ ଦୁର୍ଗମ ଅଞ୍ଚଳରେ ଆଇଟିବିପି ଦ୍ୱାରା ନିର୍ମିତ ରାସ୍ତା, ଫୁଟ୍ ସସ୍ପେନ୍ସନ୍ ବ୍ରିଜ୍, ବାରାକ, ମେସ୍, ହସ୍ପିଟାଲ, ଟ୍ରାନଜିଟ୍ କ୍ୟାମ୍ପ, ଆବାସିକ କୋଠା ଓ ପ୍ରଶାସନିକ କୋଠାକୁ ମୁଖ୍ୟ ଅତିଥି ଇଉଦଘାଟନ କରିଥିଲେ। ସିଆଇଏସଏଫର ବାଫଲ ଫାୟାରିଂ ରେଞ୍ଜକୁ ମଧ୍ୟ ଉଦଘାଟନ କରାଯାଇଥିଲା। ଏହି ଅବସରରେ ହିନ୍ଦୀରେ ‘ଭାରତ-ତିବ୍ଦତ ସୀମା ପୁଲିସର ଇତିହାସ’ ଏବଂ ସେନାର ଇ-ସ୍ମାରକୀ ଉପରେ ଏକ ପୁସ୍ତକ ମଧ୍ୟ ଡିଜିଟାଲ୍ ମାଧ୍ୟମରେ ଉନ୍ମୋଚିତ ହୋଇଥିଲା। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଫିଜିକାଲ ଫିଟନେସ୍ କାର୍ଯ୍ୟକ୍ରମ ‘ଓଜାସ୍’ର ଶୁଭାରମ୍ଭ କରାଯାଇଥିବା ବେଳେ ଆଇଟିବିପି କଣ୍ଟିଜେଣ୍ଟ, ମହିଳା କଣ୍ଟିଜେଣ୍ଟ, ସ୍କିଙ୍ଗ୍ ଏବଂ ପର୍ବତାରୋହୀ ଦଳ, ପାରାଟ୍ରପର୍, କୁକୁର ଚିତ୍ତାକର୍ଷକ ପରେଡ ପ୍ରଦର୍ଶନ କରିଥିଲେ। ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଆଇଟିବିପିର ଅତିରିକ୍ତ ମହାନିର୍ଦେଶକ (ମୁଖ୍ୟାଳୟ) ଅବଦ୍ଦୁଲ ଗନି ମୀର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories