ଯୁବକଙ୍କୁ ବିଭତ୍ସ ହତ୍ୟା: ବିଚ୍ ରାସ୍ତାରେ ପଡିଛି ମୁଣ୍ଡବିହୀନ ମୃତଦେହ
ଭୁବନେଶ୍ଵର : ଆଜିଠୁ ରାଜଧାନୀରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ସୁରକ୍ଷା ଦୃଷ୍ଟିରୁ ରାଜଧାନୀର ସବୁ ଛକ ସ୍ଥାନ ମାନଙ୍କରେ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। କିନ୍ତୁ ଏହାରି ମଧ୍ୟରେ ରାଜଧାନୀରେ ଏକ ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି।ରସୁଲଗଡରୁ ବାଣୀବିହାର ମୁଖ୍ୟ ରାସ୍ତାରେ ହତ୍ୟାକାଣ୍ଡ ହୋଇଛି। ଓଭର ବ୍ରିଜ୍ ଉପରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ବେକ ଏବଂ ଗୋଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ମଞ୍ଚେଶ୍ଵର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Comments are closed.