www.samajalive.in
Sunday, December 14, 2025
17.1 C
Bhubaneswar

ସମ୍ପର୍କୀୟ ଭିଣୋଇକୁ ବ୍ଲେଡରେ ଆକ୍ରମଣ, ଶଳା ଗିରଫ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ଦୋରଡ ଛକରେ ସୋମବାର ସନ୍ଧ୍ୟାରେ ନିଜ ସମ୍ପର୍କୀୟ ଭିଣୋଇ ବେକକୁ ସମ୍ପର୍କୀୟ ଶଳା ବ୍ଲେଡରେ କାଟି ଦେବା ଭଳି ଅଭାବନୀୟ ଘଟଣା ଘଟିଛି । ଭିଣୋଇ ଗୁରୁତର ଆହତ ହୋଇ ଆଠଗଡ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ଆକ୍ରମଣକାରୀ ସମ୍ପର୍କୀୟ ଶିଳାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବିବରଣୀରୁ ପ୍ରକାଶ ଢେଙ୍କାନାଳ ସଦର ଥାନା ଅଧିନ ମାଣିପୁର ପଞ୍ଚାୟତ ଅନ୍ତର୍ଗତ ଦେଓପଡା ଗ୍ରାମର ସଞ୍ଜୟ ନାଏକ ସୋମବାର ସନ୍ଧ୍ୟାରେ କୌଣସି କାମରେ ଦୋରଡ ଛକ ବଜାରକୁ ଆସିଥିବାବେଳେ ତାଙ୍କ ସମ୍ପର୍କୀୟ ଶଳା ମାଣିପୁର ଗ୍ରାମର କରୁଣାକର ନାଏକ ଏକ ବ୍ଲେଡରେ ଆକ୍ରମଣ କରିବାରୁ ସଞ୍ଜୟ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସେଠାରେ ସେ ଏବେ ଚିକିତ୍ସାଧୀନ ଅଛନ୍ତି।  ସଞ୍ଜୟଙ୍କ ପତ୍ନୀ ମମତାଙ୍କ ଏତଲା କ୍ରମେ ଆଠଗଡ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।  ମଙ୍ଗଳବାର ଢେଙ୍କାନାଳ ସଦର ପୁଲିସ ସହଯୋଗରେ ଆଠଗଡ ଥାନା ଆଇଆଇସି ଅନିରୁଦ୍ଧ ମୁଦୁଲି ଓ ଏଏସଆଇ ରାଧାନାଥ ରାଉତ ମାଣିପୁର ଗ୍ରାମରୁ ଅଭିଯୁକ୍ତ କରୁଣାକରକୁ ଗିରଫ କରିଥିଲେ ।  ବେକକୁ ସମ୍ପର୍କୀୟ ଶଳା ମାଣିପୁର ଗ୍ରାମର କରୁଣାକର ନାଏକ ଜମିବାଡି ବିବାଦର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ କରିଥିବା ଜଣାପଡିଛି ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories