ଲାହୋର: ବହୁ ବାଦବିବାଦ ପରେ ଶେଷରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଫେବ୍ରୁଆରି ୨୩ରେ ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଭାରତ ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ୨୦ ଫେବୃଆରୀରେ ଖେଳିବ। ଦୁବାଇରେ ମଧ୍ୟ ଏହି ମ୍ୟାଚ୍ ଖେଳାଯିବ ବୋଲି ସୂଚନା ମିଳିଛି।
ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ଆଇସିସି ଚାମ୍ପିଅନ ଟ୍ରଫି ଖେଳାଯିବ। ୮ଟି ଟିମକୁ ୨ଟି ଗ୍ରୁପ ରେ ବିଭକ୍ତ କରାଯାଇଛି, ଖେଳାଯିବ ୧୫ଟି ମ୍ୟାଚ। ଭାରତ ଖେଳିବାକୁ ଥିବା ସବୁ ମ୍ୟାଚ ଦୁବାଇରେ ଖେଳାଯିବ। ଅନ୍ୟ ସମସ୍ତ ମ୍ୟାଚ ପାକିସ୍ତାନରେ ଖେଳାଯିବ। ଫେବୃଆରୀ ୨୩ରେ ଦୁବାଇରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ। ମାର୍ଚ୍ଚ ୯ରେ ଲାହୋରରେ ଫାଇନାଲ ମ୍ୟାଚ ଧାର୍ଯ୍ୟ। ଭାରତ ଫାଇନାଲକୁ ଗଲେ ଦୁବାଇରେ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀରେ ସୂଚନା ଦିଆଯାଇଛି।
ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍ ଫେବ୍ରୁଆରି ୧୯ରେ କରାଚିରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ କରାଚିରେ ୨୧ ଫେବ୍ରୁଆରିରେ ଆଫଗାନିସ୍ତାନର ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବ। ଫେବ୍ରୁଆରି ୨୨ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଲାହୋରରେ ଖେଳାଯିବ।



