www.samajalive.in
Monday, December 15, 2025
14.1 C
Bhubaneswar

ଉଲଫା ସ୍ଥିତି ଆକଳନ ପାଇଁ ଟ୍ରିବ୍ୟୁନାଲ ଗଠନ କଲେ କେନ୍ଦ୍ର ସରକାର

ଡେସ୍କ: ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ ଅଫ୍ ଆସାମ- ଉଲଫାକୁ ବେଆଇନ ସଂଘ ଘୋଷଣା କରିବା ପାଇଁ ଯଥେଷ୍ଟ କାରଣ ଅଛି କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ ନିବାରଣ ଟ୍ରିବ୍ୟୁନାଲ ଗଠନ କରିଛନ୍ତି। ଟ୍ରିବ୍ୟୁନାଲ ଏହାର ଗୋଷ୍ଠୀ, ଶାଖା ଏବଂ ଆଗଧାଡ଼ିର ସଂଗଠନଗୁଡ଼ିକର ମଧ୍ୟ ଅନୁଧ୍ୟାନ କରିବେ। ଏହି ଟ୍ରିବ୍ୟୁନାଲର ନେତୃତ୍ୱ ନେବେ ଗୌହାଟୀ ହାଇକୋର୍ଟର ବିଚାରପତି ମାଇକେଲ ଜୋଥାନଖୁମା।

ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଲଫା ଉପରେ ଲାଗିଥିବା ନିଷେଧାଦେଶକୁ ୫ ବର୍ଷ ପାଇଁ ବୃଦ୍ଧି କରିଥିଲା। ଅପରାଧିକ କାର୍ଯ୍ୟକଳାପ, ଦାଦାବଟି ଆଦାୟ ଏବଂ ଭାରତରୁ ଅଲଗା ହେବା ଉଦ୍ଦେଶ୍ୟରେ ସଂଗଠନର ନିରନ୍ତର ସମ୍ପୃକ୍ତି ଥିବା ମନ୍ତ୍ରଣାଳୟ ଦର୍ଶାଇଛି। ୧୯୯୦ ମସିହାରେ ପ୍ରଥମେ ଏହି ସଂଗଠନକୁ ନିଷିଦ୍ଧ କରାଯାଇଥିଲା ଏବଂ ସେବେଠାରୁ ଏହି ନିଷେଧାଦେଶକୁ ବୃଦ୍ଧି କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories