www.samajalive.in
Sunday, December 7, 2025
15.1 C
Bhubaneswar

ବାସ୍ତୁ: ନୂଆବର୍ଷ ପୂର୍ବରୁ ଘରୁ କାଢି ଦିଅନ୍ତୁ ଏହି ୧୦ଟି ଜିନିଷ, ବର୍ଷଯାକ ମିଳିବ ମା’ଲକ୍ଷ୍ମୀଙ୍କ କୃପା..

ନୂଆ ବର୍ଷ ନୂଆ ଆଶା ଓ ଉନ୍ନତି ଆଣୁ ବୋଲି ସଭିଁଙ୍କ ଇଚ୍ଛା । ତେବେ ନୂଆବର୍ଷ ୨୦୨୫କୁ ଆଉ ଅଳ୍ପ ଦିନ ବାକି । ନୂଆବର୍ଷରେ ମା’ଲକ୍ଷ୍ମୀଙ୍କ କୃପା ଓ ଶୁଭଫଳ ପ୍ରାପ୍ତି ପାଇଁ ବାସ୍ତୁର କିଛି ନିୟମ ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ୍‌ ଜୀବନରେ ସମସ୍ୟା ଦେଖାଦେଇଥାଏ । ବାସ୍ତୁ ଦୋଷ ମଧ୍ୟ ସୃଷ୍ଟି ହୋଇଥାଏ । ବାସ୍ତୁ ଅନୁଯାୟୀ ଘରେ ଥିବା କିଛି ଜିନିଷକୁ ନୂଆବର୍ଷ ପୂର୍ବରୁ ଘରୁ କାଢି ଫିଙ୍ଗି ଦିଅନ୍ତୁ । ଘରକୁ ପରିଷ୍କାର ରଖନ୍ତୁ । ଘରେ ଥିବା କିଛି ଜିନିଷ କାରଣରୁ ନକରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ । ଫଳରେ ଉନ୍ନତିରେ ବାଧା ସହ ଟଙ୍କା ଅଭାବ ଲାଗି ରହିଥାଏ । ଜାଣନ୍ତୁ କେଉଁ କେଉଁ ଜିନିଷକୁ ଘରୁ କାଢି ଫିଙ୍ଗିବେ..

ଭଙ୍ଗା ବାସନ- ଘରେ ଯଦି ଭଙ୍ଗାତୁଟା ବାସନ ରହିଛି, ତେବେ ଏହାକୁ ନୂଆବର୍ଷ ପୂର୍ବରୁ କାଢି ଫିଙ୍ଗି ଦିଅନ୍ତୁ । ନଚେତ୍‌ ଏହା ବାସ୍ତୁ ଦୋଷ ସୃଷ୍ଟି କରିବା ସହ ଘରେ ଅର୍ଥହାନୀ ଓ ସମ୍ପର୍କରେ ତିକ୍ତତା ଆଣିଥାଏ । ଘରେ କଳହର କାରଣ ପାଲଟିଥାଏ ।

- Advertisement -

ପୁରୁଣା ଘଣ୍ଟା – ଘଣ୍ଟା ସମୟର ପ୍ରତୀକ । ଘରେ କଦାପି ଭଙ୍ଗା କିମ୍ବା ଖରାପ ହୋଇ ଯାଇଥିବା ଘଣ୍ଟା ରଖନ୍ତୁ ନାହିଁ । ଏହା ଜୀବନରେ ଉନ୍ନତିରେ ବାଧା ଆଣିଥାଏ । ଏହାକୁ ସଜାଡନ୍ତୁ କିମ୍ବା ଫିଙ୍ଗି ଦିଅନ୍ତୁ ।

ନକରାତ୍ମକ ଫଟୋ ଚିତ୍ର- ଘରେ ଥିବା ଯୁଦ୍ଧ, ନକରାତ୍ମକ ଭାବନା ଆଦି ଚିତ୍ରକୁ ରଖନ୍ତୁ ନାହିଁ । ନଚେତ୍‌ ମାନସିକ ଅଶାନ୍ତି ସହ ଘରେ କଳହ ଲାଗି ରହିଥାଏ ।

ଶୁଖିଯାଇଥିବା ଗଛ- ଘରେ ଶୁଖିଯାଇଥିବା ଗଛକୁ ରଖନ୍ତୁ ନାହିଁ । ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।
ଭଙ୍ଗା ଆଇନା, କାଚ- ଘରେ ଏହାକୁ ରଖିବା ଅଶୁଭ ବୋଲି କୁହାଯାଏ । ଏହାଦ୍ୱାରା ଧନହାନୀ ଓ ପରିବାରରେ ଅଶାନ୍ତି ହୋଇଥାଏ ।

ଅବ୍ୟବହୃତ ଜିନିଷ- ଘରେ ବ୍ୟବହାର ହେଉନଥିବା ଜିନିଷକୁ ମଧ୍ୟ ରଖନ୍ତୁ ନାହିଁ । ଯେପରି ଖରାପ ହୋଇଯାଇଥିବା ବୈଦୁତିକ ଜିନିଷ, ପୁରୁଣା ପୋଷାକ, ଭଙ୍ଗା ଚେୟାର ଆଦି ।

ଜୋତା-ଚପଲ- ପୁରୁଣା ଓ ଛିଣ୍ଡା ଜୋତା-ଚପଲକୁ ଘରେ ରଖନ୍ତୁ ନାହିଁ । ଏହା ଦ୍ୱାରା ଅଯଥାରେ ଟଙ୍କା ଖର୍ଚ୍ଚ ହେବା ସହ ଧନର ଅଭାବ ଲାଗି ରହିଥାଏ । ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ ।

ଘରକୁ ନୂଆବର୍ଷ ପୂର୍ବରୁ ଭଲ ଭାବେ ସଫା ରଖନ୍ତୁ । ନଚେତ୍‌ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।
ପୁରୁଣା ଭଙ୍ଗା ବୈଦ୍ୟୁତିକ ଜିନିଷ ମଧ୍ୟ ଘରେ ରଖନ୍ତୁ ନାହିଁ ।

ଘରେ ଭଗବାନଙ୍କ ଭଙ୍ଗା ମୂର୍ତ୍ତି, ଚିରି ଯାଇଥିବା ଫଟୋ ଆଦି ରଖିବା ଅଶୁଭ । ତେଣୁ ଏହାକୁ ପାଣିରେ ବିସର୍ଜନ କରନ୍ତୁ ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories