www.samajalive.in
Sunday, December 7, 2025
14.1 C
Bhubaneswar

ଛାଡପତ୍ର ପାଇଁ କୋର୍ଟକୁ ଗଲେ ଅଶଦଙ୍କ ପତ୍ନୀ

ସମାଜ ଡିଜିଟାଲ ଡେସ୍କ: ସିରିଆରୁ ପଳାୟନ କରିଥିବା ରାଷ୍ଟ୍ରପତି ବଶର ଅଲ ଅଶଦଙ୍କ ପତ୍ନୀ ଅସମା ଅଲ ଅଶଦ ସ୍ୱାମୀଙ୍କଠାରୁ ଛାଡପତ୍ର ଦାବି କରିଛନ୍ତି l ଏଥିପାଇଁ ସେ ରୁଷର ଏକ କୋର୍ଟରେ ଆବେଦନ କରିଛନ୍ତି l ସିରିଆରେ ଗୃହ ଯୁଦ୍ଧ ପରେ ବିଦ୍ରୋହୀ ସଂଗଠନ କ୍ଷମତା ନିଜ ଦାଖଲକୁ ନେଇଛି l ଫଳରେ ରାଷ୍ଟ୍ରପତି ଅଶଦ ସ୍ତ୍ରୀ ଓ ପିଲାଙ୍କ ସହ ରୁଷ ପଳାଇଛନ୍ତି l ରୁଷ ପକ୍ଷରୁ ତାଙ୍କୁ ଶରଣ ଦିଆଯାଇଛି l ବର୍ତ୍ତମାନ ରାଷ୍ଟ୍ରପତି ଅଶଦ ନିଜ ସ୍ତ୍ରୀ ଓ ପିଲାଙ୍କ ସହ ମସ୍କୋରେ ଅଛନ୍ତି l କିନ୍ତୁ ଏଥିରେ ଖୁସି ନାହାନ୍ତି ଅଶଦଙ୍କ ପତ୍ନୀ ଅସମା l ତେଣୁ ସେ ଅଶଦଙ୍କଠାରୁ ଛାଡପତ୍ର ନେଇ ଲଣ୍ଡନ ଚାଲିଯିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ତୁର୍କୀ ଏବଂ ଆରବ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି l ଅସମା ଉଭୟ ବ୍ରିଟିଶ ଏବଂ ସିରିଆର ନାଗରିକତ୍ବ ଗ୍ରହଣ କରିଛନ୍ତି l ରୁଷ ଅଧିକାରୀମାନେ ଅଶଦଙ୍କ ସମ୍ପତ୍ତି ଫ୍ରିଜ କରିଦେଇଥିବାରୁ ତାଙ୍କ ସ୍ତ୍ରୀ ଖୁସି ନଥିବା କୁହାଯାଉଛି l ଅଶଦଙ୍କର ବିଭିନ୍ନ ଆକାଉଣ୍ଟରେ ୨୭୦ କିଲୋଗ୍ରାମ ସୁନା, ୨୦୦ କୋଟି ଡଲାର ଅର୍ଥରାଶି ରହିଥିଲା l ତା ଛାଡ ମସ୍କୋରେ ତାଙ୍କର ୧୮ଟି ଆପାର୍ଟମେଣ୍ଟ ମଧ୍ୟ ରହିଛି l ତା ଛଡା ମସ୍କୋରେ ତାଙ୍କର ୧୮ଟି ଆପାର୍ଟମେଣ୍ଟ ମଧ୍ୟ ରହିଛି l ସେ ରୁଷର କୌଣସି ରାଜନୈତିକ ଦଳରେ ସାମିଲ ହୋଇପାରିବେ ନାହିଁ କି ମସ୍କୋ ଛାଡି ଯାଇପାରିବେ ନାହିଁ l

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories