www.samajalive.in
Monday, December 8, 2025
13.1 C
Bhubaneswar

କାଳୀପଡ଼ିଆରେ ଜମୁଛି ଆଞ୍ଚଳିକ ସରସ ମେଳା

କେନ୍ଦୁଝରଗଡ଼: ଓରମାସ୍‌‌ ପକ୍ଷରୁ କାଳୀପଡ଼ିଆଠାରେ ଚଳିତମାସ ୧୮ ତାରିଖ ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଆଞ୍ଚଳିକ ସରସ ମେଳା ସୋମବାର ଷଷ୍ଠ ଦିନରେ ପହଞ୍ଚିଛି। ଆସନ୍ତା ଶୁକ୍ରବାର ସନ୍ଧ୍ୟାରେ ଏହି ମେଳା ଉଦ୍‌‌ଯାପନ ହେବାକୁ ଥିବାବେଳେ ଜିଲାବାସୀ ମେଳାର ଭରପୁର ଫାଇଦା ଉଠାଇଛନ୍ତି। ବିଶେଷକରି ଏହି ମେଳାରେ ବିଭିନ୍ନ ଜିଲା ଓ ରାଜ୍ୟ ବାହାରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀ, ଶିଳ୍ପୀ, କାରିଗରଙ୍କ ଅଂଶଗ୍ରହଣ ସହ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ, ହସ୍ତଶିଳ୍ପ ଓ ହସ୍ତକଳା କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଚଳିତବର୍ଷ ଏହି ମେଳାରେ ୯ଟି ବୁକ୍‌‌ ଷ୍ଟଲ, ୧୯ଟି ଖାଦ୍ୟ ଷ୍ଟଲ ୨୦ଟି ମିଶନ ଶକ୍ତି ଷ୍ଟଲ, ଷ୍ଟାଡିୟମ ପଡ଼ିଆରେ ୫୦ଟି ଷ୍ଟଲକୁ ମିଶାଇ ମୋଟ ୨୬୮ଟି ଷ୍ଟଲ ପ୍ରଦର୍ଶନ ସହ ବିକ୍ରି କରୁଥିବା ବେଳେ ବିଭିନ୍ନ ପ୍ରକାର ଘରକଣା ଓ ମନଲୋଭ ସାମଗ୍ରୀ କିଣିବା ସହ ଖାଦ୍ୟ ମେଳାର ମଜା ଉଠାଇବା ପାଇଁ ପୂର୍ବାହ୍ନ ୧୧ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମେଳାରେ ଲୋକଙ୍କ ନାହିଁନଥିବା ଭିଡ ଦେଖିବାକୁ ମଳିଛି। ଗୋନାସିକା କେନ୍ଦୁଝର ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦ୍‌‌ଯାପିତ ହୋଇଯାଇଥିଲେ ମଧ୍ୟ ମେଳାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଓରମାସ ପକ୍ଷରୁ ସ୍ଥାନୀୟ କଳାକାରଙ୍କ ଦ୍ୱାରା ପ୍ରତି ସନ୍ଧ୍ୟାରେ କାଳୀପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମେଳାକୁ ଗ୍ରାହକଙ୍କୁ ବୁଲି ଆସିବା ପାଇଁ ବାଧ୍ୟ କରିଛି। ରବିବାର ସୁଦ୍ଧା ମେଳାରେ ୭୧ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇ ସାରିଥିବାବେଳେ ଅନ୍ତିମ ୪ଦିନ ମଧ୍ୟରେ ବ୍ୟବସାୟ ଦେଢ଼କୋଟି ଟଙ୍କା ଅତିକ୍ରମ କରିବ ବୋଲି ଓରମାସ ଯୁଗ୍ମ ମୁଖ୍ୟ ନିର୍ବାହୀ ଅଧିକାରୀ ସପନ ଗୋସ୍ୱାମୀ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories