www.samajalive.in
Sunday, December 7, 2025
15.1 C
Bhubaneswar

ଜ୍ଞାନୋଦୟ ଏଜୁକେସନାଲ ଟ୍ରଷ୍ଟିଙ୍କ ଜନ୍ମଦିନରେ ୩୦୪ ୟୁନିଟ୍‌‌ ରକ୍ତ ସଂଗ୍ରହ 

କେନ୍ଦୁଝରଗଡ଼: ଜ୍ଞାନୋଦୟ ଏଜୁକେସନାଲ ଟ୍ରଷ୍ଟ ପରିଚାଳିତ ସେଣ୍ଟ ଜାଭିୟର୍ସ ସ୍କୁଲ କେନ୍ଦୁଝର ଏବଂ ରଙ୍ଗଲତା ଚାରିଟେବୁଲ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ କେନ୍ଦୁଝର ସହର ଉପକଣ୍ଠ ନଇଗାଁସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରେକର୍ଡ ସଂଖ୍ୟକ ୩୦୪ ୟୁନିଟ୍‌‌ ରକ୍ତ ସଂଗ୍ରହ କରାଯାଇ ମାନବସେବା ନିମନ୍ତେ ଜିଲା ରକ୍ତ କେନ୍ଦ୍ରକୁ ପଠାଇ ଦିଆଯାଇଛି। ଜ୍ଞାନୋଦୟ ଏଜୁକେସନାଲ ଟ୍ରଷ୍ଟର ଟ୍ରଷ୍ଟି ତଥା କାଶ୍‌‌ଭି ଗ୍ରୁପ୍‌‌ ଅଫ୍‌‌ କମ୍ପାନୀର ନିର୍ଦ୍ଦେଶିକା ସୁସ୍ମିତା ବେହେରାଙ୍କ ଜନ୍ମଦିନ ଉପଲକ୍ଷେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ବିଶିଷ୍ଟ ସମାଜସେବୀ ଚନ୍ଦ୍ରଶେଖର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌‌ଘାଟନ କରିବା ଅବସରରେ ମାନବସେବା ନିମନ୍ତେ ଏଭଳି ମହତ୍‌‌ କାର୍ଯ୍ୟପାଇଁ ବିଶେଷକରି ଯୁବବର୍ଗ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। କାଶ୍‌‌ଭି ଗ୍ରୁପ୍‌‌ ଅଫ୍‌‌ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଇଂ ଦେବବ୍ରତ ବେହେରା ପ୍ରଥମେ ନିଜେ ରକ୍ତଦାନ କରି ଏହି ଶିବିରକୁ ଶୁଭାରମ୍ଭ କରିବା ସହ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ଜ୍ଞାନୋଦୟ ଏଜୁକେସନାଲ ଟ୍ରଷ୍ଟର ଅନ୍ୟତମ ଟ୍ରଷ୍ଟି ସୌମ୍ୟରଞ୍ଜନ ପଣ୍ଡା, ବିଦ୍ୟାଳୟର ଅଧ୍ୟକ୍ଷ ଦିବ୍ୟକିଶୋର ପ୍ରଧାନ ଓ ପ୍ରଶାସନିକ ଅଧିକାରୀ ମୃତ୍ୟୁଞ୍ଜୟ ନାୟକ, କାଶ୍‌‌ଭି ଗ୍ରୁପ୍‌‌ କମ୍ପାନୀର ଅଧିକାରୀ ଶରତ କୁମାର ମହାନ୍ତି, ବିଭୋର ମହାନ୍ତି, ଶତୃଜିତ୍‌‌ ସାହୁ, ଶଶାଙ୍କ ଶେଖର ପଟ୍ଟନାୟକ ଓ କିରଣ ଭାରତୀ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ଜିଲା ରକ୍ତ କେନ୍ଦ୍ର କେନ୍ଦୁଝରର ଡାକ୍ତର ରମାକାନ୍ତ ମୁଣ୍ଡା ଓ କର୍ମଚାରୀ ଅକ୍ଷୟ କୁମାର ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ରକ୍ତ ବର୍ଗୀକରଣ ଓ ସଂଗ୍ରହରେ ସହାୟତା କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories