www.samajalive.in
Sunday, December 7, 2025
16.1 C
Bhubaneswar

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ ଆଚାର୍ଯ୍ୟ ଚାଣକ୍ୟ ଘରେ ସ୍ତ୍ରୀମାନଙ୍କୁ ଭୂମିକାକୁ ବହୁତ ସମ୍ମାନ ଏବଂ ମହତ୍ୱ ଦେଇଥାନ୍ତି । ତାଙ୍କ ନୀତି ଅନୁସାରେ କୁହାଯାଏ ଘରେ କିଛି ବିଶେଷ ଗୁଣବାନ ମହିଳା ଲକ୍ଷ୍ମୀଙ୍କ ସହିତ ସମାନ ହୋଇଥାନ୍ତି । ସେଭଳି ମହିଳାମାନେ ଘରେ କେବଳ ଧନବାନ ହୋଇନଥାନ୍ତି ବରଂ ପରିବରରେ ଖୁସି, ଶାନ୍ତି, ସମ୍ମାନ ଏବଂ ଉନ୍ନତି ନେଇ ଆସିଥାନ୍ତି ।

ଘରକୁ ସଜାଡି ରଖିବାର କଳା
ଚାଣକ୍ୟ କହିଛନ୍ତି ଯେ ସ୍ତ୍ରୀଙ୍କୁ ଲକ୍ଷ୍ମୀଙ୍କ ସହିତ ତୁଳନା କରାଯାଏ । ଯିଏକି ଘର ସମ୍ଭାଳିବାର କଳାକୁ ନିଖୁଣ ଭାବେ ତୁଲାଇଥାନ୍ତି । ପରିବାରରେ ପ୍ରେମ, ଦାୟିତ୍ୱକୁ ଭଲ ଭାବେ ତୁଲାଇ ଥାନ୍ତି ଏବଂ ପରିବାରକୁ ଏକତ୍ର କରି ରଖନ୍ତି । ସ୍ତ୍ରୀଙ୍କ ବ୍ୟବହାରର ପ୍ରଭାବ ପରିବାରରେ ସକରାତ୍ମକ ରହିଥାଏ । ଏଭଳି ମହିଳା ଥିଲେ ଘରେ ସବୁବେଳେ ଖୁସି, ସ୍ୱାସ୍ଥ୍ୟ ଓ ଅନୁଶାସନ ବଜାୟ ରହିଥାଏ ।

- Advertisement -

ବିନମ୍ରତା
ଚାଣକ୍ୟଙ୍କ ଅନୁସାରେ ଧର୍ଯ୍ୟ ଓ ବିନମ୍ରତା ଭି ସ୍ତ୍ରୀଙ୍କ ଗୁଣ ଅଟେ । ଯାହାଦ୍ୱାରା ଘରେ ଶାନ୍ତି ବଜାୟ ରହେ । କୋମଳ ସ୍ୱାଭାବ ଥିବା ମହିଳା ସମସ୍ତଙ୍କୁ ଆଦର ଦେଇଥାନ୍ତି ଏବଂ ସବୁ ପରିସ୍ଥିତିରେ ଧର୍ଯ୍ୟ ବଜାୟ ରଖନ୍ତି । ଏଭଳି ସ୍ତ୍ରୀଙ୍କ ପାଇଁ ଘରେ ଖୁସିର ବାତାବରଣ ରହିଥାଏ ।

ପରିଶ୍ରମୀ ଏବଂ କର୍ମଠ ମହିଳା
ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ ପରିଶ୍ରମି ଏବଂ କର୍ମଠ ମହିଳା ମାନେ ଘରେ ଅସଲ ଖୁସି ଆଣିଥାନ୍ତି । ମହିଳା ଘରେ କାମ କରନ୍ତି କିମ୍ବା ବାହାରେ, ନିଜର ଦାୟିତ୍ୱକୁ ଭଲ ଭାବରେ ନିର୍ବାହ କରିଥାନ୍ତି । ସେମାନଙ୍କର କଠିନ ପରିଶ୍ରମ ଓ ମନ ଲାଗାଇ କାମ ଦ୍ୱାରା ପରିବାର ଆଗକୁ ବଢିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ଏଭଳି ମହିଳା ନିଜେ ଆଗକୁ ବଢିବା ସହ ଅନ୍ୟକୁ ପ୍ରେରଣା ଯୋଗାଇଥାନ୍ତି ।

ସଂସ୍କାର ଥିବା ସ୍ତ୍ରୀ
ସବୁବେଳେ ଭଲ ସଂସ୍କାର ପାଇଥିବା ସ୍ତ୍ରୀ ଚାଣକ୍ୟଙ୍କ ଅନୁସାରେ ଘରେ ଆଧ୍ମାତ୍ମିକ ଓ ନୈତିକ ଉନ୍ନତି ଆଣିଥାନ୍ତି । ସ୍ଥିତି ଯେତେବି କଠିନ ଥାଉ ନା କାହିଁକି ସବୁ ପରିସ୍ଥିତିରେ ସେ ନିଜର କର୍ତ୍ତବ୍ୟ ପାଳନ କରିଥାନ୍ତି । ମୁଣ୍ଡ ଥଣ୍ଡା ରଖି କାମ କରିବା ଦ୍ୱାରା ସବୁଠି ପ୍ରଶଂସା ପାଇଥାନ୍ତି ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories