www.samajalive.in
Monday, December 8, 2025
14.1 C
Bhubaneswar

ଧାରଣାରେ ଓମ୍‌ଫେଡ୍ ଡ୍ରାଇଭର, କ୍ଷୀର ଯୋଗାଣ ବାଧାପ୍ରାପ୍ତ

କଟକ: ଓମଫେଡ୍ ଡ୍ରାଇଭରଙ୍କୁ ପୁଲିସ୍ ଅଟକ ରଖିବା ପ୍ରତିବାଦରେ ଆନ୍ଦୋଳନ। କଟକ ଜିଲ୍ଲା ବାଙ୍କୀ ନରାଜ ସ୍ଥିତ ଅରିଲୋ ଓମଫେଡ୍ ପ୍ଲାଣ୍ଟରୁ କ୍ଷୀର ଚୋରି ଅଭିଯୋଗରେ ପୁଲିସ୍ ଜଣେ ଓମଫେଡ୍ ଗାଡି ଡ୍ରାଇଭରଙ୍କୁ ଅଟକ ରଖିଛି। ସୋମବାର ଓମଫେଡ୍ ପ୍ଲାଣ୍ଟରୁ ୧୪୦ ଲିଟର କ୍ଷୀର ଚୋରି ହୋଇଥିବା ନେଇ ପ୍ଲାଣ୍ଟର ଜଣେ କର୍ମଚାରୀ ଏବଂ ସିକ୍ୟୁରିଟି ଗାର୍ଡ ଗୋଡିସାହି ଫାଣ୍ଡିରେ ଅଭିଯୋଗ କରିଥିଲେ। ଯାହାକୁ ଭିତ୍ତି କରି ପୁଲିସ ଜଣେ ଡ୍ରାଇଭରଙ୍କୁ ଅଟକ ରଖିଥିଲା।  ଯାହାର ପ୍ରତିବାଦରେ ଆଜି ଓମଫେଡ୍ ଗାଡିର ସାଥି ଡ୍ରାଇଭରମାନେ ଆନ୍ଦୋଳନ କରିଛନ୍ତି। ଯେ ପର୍ଯ୍ୟନ୍ତ ଉଚିତ୍ ନ୍ୟାୟ ନ ମିଳିଛି , ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ଜାରି ରଖିଛି। ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଆଜି କଟକ-ଭୁବନେଶ୍ଵରକୁ କ୍ଷୀର ଯୋଗାଣ ବାଧାପ୍ରାପ୍ତ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories