ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ନୂତନ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ପୂର୍ବରୁ ସେବକଙ୍କ ସହ ଆଲୋଚନା କରାଯିବ। ଚଳିତ ମାସ ୨୭ରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି। ଭକ୍ତମାନେ ସାତ ପାହାଚଠାରୁ ଧାଡ଼ିରେ ଯାଇ ନାଟମଣ୍ଡପ ବାହାର କାଠ ପାଖରୁ ଦାରୁବ୍ରହ୍ମଙ୍କୁ ଦର୍ଶନ କରିବେ। ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ୨୭ରେ ହେବାକୁ ଥିବା ପରୀକ୍ଷାମୂଳକ ଦର୍ଶନ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ନୂଆ ବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଥିଲେ। ଏହାକୁ ନେଇ ସାଧାରଣରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ତେବେ ଭିତରକାଠ ପାଖରୁ ଭିଆଇପି ଦର୍ଶନ ବ୍ୟବସ୍ଥା ବନ୍ଦ ପାଇଁ ଆଇନଜୀବୀ ଦିଲୀପ କୁମାର ବରାଳ ଦାବି କରିଛନ୍ତି। ସେ କହିଛନ୍ତି, ମହାପ୍ରଭୁଙ୍କ ପାଖରେ ସମସ୍ତେ ସମାନ। ରତ୍ନଭଣ୍ଡାର ମରାମତି ଚାଲୁଥିବାରୁ ସାଧାରଣ ଭକ୍ତଙ୍କ ପାଇଁ ଭିତର କାଠ ଦର୍ଶନ ବନ୍ଦ କରାଯାଇଥିବା ବେଳେ ସ୍ବତନ୍ତ୍ର ଦ୍ବାର ଦେଇ ଭିଆଇପିଙ୍କୁ କାହିଁକି ଛଡ଼ାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ଭିତରକାଠ ଦର୍ଶନ ବନ୍ଦ ହେବନି, ୨୭ରେ ପରୀକ୍ଷାମୂଳକ ଧାଡ଼ି ଦର୍ଶନ ସଫଳ ହେଲେ ନୂଆବର୍ଷରୁ କାର୍ଯ୍ୟକାରୀ: ମୁଖ୍ୟ ପ୍ରଶାସକ
Popular Categories



