www.samajalive.in
Monday, December 15, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ମୁହଁରେ କଳାହାଣ୍ଡି ଚାଷୀଙ୍କ ପ୍ରଶଂସା

ଭବାନୀପାଟଣା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମନ କି ବାତରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକର ଜଣେ ପରିବା ଚାଷୀଙ୍କ ପ୍ରଶଂସା କରିଛନ୍ତି। ଏହାକୁ ନେଇ ଗୋଲାମୁଣ୍ଡା ବ୍ଲକ ସାନ ଚେରଗାଁର ଚାଷୀ କୃଷ୍ଣଚନ୍ଦ୍ର ନାଗ ଚର୍ଚ୍ଚାରେ। ୨୦୦୮ ମସିହାରେ ପ୍ରାୟ ୨୦ରୁ ୨୫ ଡେସିମିଲ ଜାଗାରେ ସେ ଟମାଟୋ ଚାଷ କରି ପ୍ରାୟ ୭୦ କ୍ବିଣ୍ଟାଲ ଟମାଟୋ ଉତ୍ପାଦନ କରିଥିଲେ। ପରେ ପ୍ରାୟ ୪ ଏକର ଜମିକୁ ପରିବା ଚାଷ ଉପଯୋଗୀ କରି ଆଧୁନିକ ପ୍ରଣାଳୀରେ ଟମାଟୋ ଚାଷ କଲେ ଏବଂ ପ୍ରାୟ ୧୬ ହଜାର କ୍ବିଣ୍ଟାଲ ଟମାଟୋ ଉତ୍ପାଦନ କରି ଚଳିତ ବର୍ଷ ୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର କରିଛନ୍ତି। ଜୈବିକ ପଦ୍ଧତିରେ ଚାଷ କରୁଥିବାରୁ ତାଙ୍କ ଦ୍ବାରା ଉତ୍ପାଦିତ ଟମାଟୋର କଳାହାଣ୍ଡି ସମେତ ବଲାଙ୍ଗିର, ନୂଆପଡ଼ା ଏବଂ ପାଖ ଜିଲାରେ ବେଶ୍ ଚାହିଦା ରହିଛି। ତେବେ କେବଳ ଟମାଟୋ ନୁହେଁ ତାଙ୍କ ବଗିଚାର ଲଙ୍କା, ବାଇଗଣ, କଦଳୀ ତଥା କଲରାର ମଧ୍ୟ ଚାହିଦା ରହିଥିବା ଜଣାପଡ଼ିଛି।

ଗତ ବର୍ଷ ସେ ଛତିଶଗଡ଼ ରାଜ୍ୟକୁ କଲରା ରପ୍ତାନୀ କରିଥିଲେ। ଆଧୁନିକ ତଥା ଜୈବିକ ପଦ୍ଧତିରେ ଚାଷ କରୁଥିବାରୁ ତାଙ୍କ ବଗିଚାକୁ ସ୍ଥାନୀୟ କୃଷି ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ କ୍ଷେତ୍ର ପରିଦର୍ଶନରେ ଯାଇ ଜ୍ଞାନ ଆହରଣ କରନ୍ତି। ଏପରିକି ଗତ ୨୦୨୨ ଜାନୁଆରୀ ୧୭ ତାରିଖରେ ତତ୍କାଳୀନ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା, ବରିଷ୍ଠ ପ୍ରଶାସକ ଡ. ଅରବିନ୍ଦ ପାଢୀ ତାଙ୍କ ବଗିଚା ପରିଦର୍ଶନରେ ଆସି ପରିବା ଚାଷ ପ୍ରତି ତାଙ୍କ ଆଗ୍ରହ ଦେଖି ଭୂୟସୀ ପ୍ରଶଂସା କରିଥିଲେ। ଏଥିପାଇଁ ତାଙ୍କୁ କଳାହାଣ୍ଡି ଉତ୍ସବ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ନିଜ ବଗିଚାରେ ପ୍ରାୟ ୨୦ଟି ପରିବାରକୁ ନିୟମିତ କାମ ଦେଇ ସେ ଜଣେ ଉଦ୍ୟୋଗୀ ପାଲଟିଛନ୍ତି। ସଂପ୍ରତି ଏକ ଚାଷୀ ଉତ୍ପାଦକ ଗୋଷ୍ଠୀ ଗଠନ କରି ଶ୍ରୀ ନାଗ ପରିବା ଚାଷକୁ ବ୍ୟାପକ କରିବା ପାଇଁ ଯୋଜନା କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ୟମକୁ ପ୍ରଶଂସା କରିଥିବାରୁ ସେ ଖୁବ୍ ଆନନ୍ଦିତ ବୋଲି ‘ସମାଜ’କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories