www.samajalive.in
Saturday, December 6, 2025
19.1 C
Bhubaneswar

ଅପପ୍ରଚାରକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରୈନାଙ୍କ ଦାବି

ନୂଆଦିଲ୍ଲୀ : ସଡ଼କ ଦୁର୍ଘଟଣାରେ ଭାରତୀୟ କ୍ରିକେଟର୍‌ ସୁରେଶ ରୈନା ଗୁରୁତର ହୋଇଥିବା ନେଇ କେତେକ ଅନ୍‌ଲାଇନ୍‌ ପୋର୍ଟାଲ୍‌ରେ ଖବର ପ୍ରଚାରିତ ହୋଇଛି। ତେବେ ଏହି ଖବର ସଂପୂର୍ଣ୍ଣ ମିଥ୍ୟା ଏବଂ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ରୈନା ଟ୍ବିଟର୍‌ ମାଧ୍ୟମରେ ସୂଚନା ଦେଇଛନ୍ତି। ଏଥିସହ ଅପପ୍ରଚାରକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରୈନା ଦାବି କରିଛନ୍ତି।
କେତେକ ଅନ୍‌ଲାଇନ୍‌ ପୋର୍ଟଲ୍‌ରେ ପ୍ରଚାରିତ ଖବର ଅନୁଯାୟୀ କାର୍‌ ଦୁର୍ଘଟଣାରେ ସୁରେଶ ରୈନା ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ଏଭଳି ମିଥ୍ୟା ଖବର କିଏ ଏବଂ କ’ଣ ଉଦ୍ଦେଶ୍ୟ ରଖି ପ୍ରଚାରିତ କରୁଛି ତାହା ତାଙ୍କୁ ଚକିତ କରିଥିବା ରୈନା ଦର୍ଶାଇଛନ୍ତି। କେବଳ ରୈନା, ନୁହନ୍ତି ଗତବର୍ଷ ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ନାଥାନ୍‌ ମ୍ୟାକକଲମ୍‌ ପ୍ରାଣ ହରାଇଥିବା କେତେକ ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା। ଏହି ଖବରକୁ ବିଶ୍ବାସ କରି ନାଥାନ୍‌ଙ୍କ ଭାଇ ତୁରନ୍ତ ଘରକୁ ଫେରି ଘଟଣାଟି ମିଥ୍ୟା ବୋଲି ଜାଣିବାକୁ ପାଇଥିଲେ। ସେତେବେଳେ ଏହି ଖବର ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories