www.samajalive.in
Saturday, December 6, 2025
14.1 C
Bhubaneswar

ପାକିସ୍ତାନରେ କୁଳଭୂଷଣଙ୍କ ଶୁଣାଣି ବେଆଇନ ବୋଲି ଆଇସିଜେରେ ଯୁକ୍ତି ରଖିଲା ଭାରତ

ହେଗ୍‍ : ପାକିସ୍ତାନର ଏକ ସେନା ଅଦାଲତରେ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ବିରୋଧରେ ଶୁଣାଣି ନିମ୍ନତମ ପ୍ରକ୍ରିୟା ପୂରଣ କରିବାରେ ବିଫଳ ହୋଇଛି। ତେଣୁ ପାକିସ୍ତାନ ସେନା ଅଦାଲତର ଏହି ଶୁଣାଣିକୁ ସମ୍ପୂର୍ଣ୍ଣ ରୂପେ ବେଆଇନ୍‍ ଘୋଷଣା କରିବାକୁ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ)ରେ ଯୁକ୍ତି ରଖିଛି ଭାରତ।
ସୋମବାରଠାରୁ ଆଇସିଜିରେ କୁଳଭୂଷଣ ଯାଦବଙ୍କ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ମାମଲାର ଶୁଣାଣି ଆରମ୍ଭ ହୋଇଛି।

ଶୁଣାଣିର ପ୍ରଥମ ଦିନରେ ଭାରତର ପକ୍ଷ ରଖି ପୂର୍ବତନ ସୋଲିସିଟର ଜେନେରାଲ ହରିଶ ସାଲଭେ କହିଛନ୍ତି ଯେ ଏକ ଦୁର୍ଭାଗ୍ୟଜନକ ଘଟଣାକ୍ରମେ ଜଣେ ନିରୀହ ଲୋକର ଜୀବନ ବିପଦକୁ ଚାଲିଯାଇଛି। ପାକିସ୍ତାନ ଭିଏନା ସମ୍ମିଳନୀରେ ଦୂତାବାସସ୍ତରୀୟ ସହଯୋଗ ନିୟମର ଉଲ୍ଲଙ୍ଗନ କରିଛି। ପାକିସ୍ତାନ ପକ୍ଷରୁ ମନଗଢା କାହାଣୀ କୁହାଯାଉଛି ଓ ଏଥିରେ କୌଣସି ସତ୍ୟତା ନାହିଁ। କୁଳଭୂଷଣ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲା ବୋଲି ପାକିସ୍ତାନ ଏପର୍ଯ୍ୟନ୍ତ କୌଣସି ଭରସା ଯୋଗ୍ୟ ପ୍ରମାଣ ଦେଇନାହିଁ। ପାକିସ୍ତାନ ପକ୍ଷରୁ ଚାପ ପକାଇ ଯାଦବଙ୍କ ସ୍ୱୀକାରୋକ୍ତି ନେଇ ଭିଡ଼ିଓ ପ୍ରସ୍ତୁତ କରାଯାଇଛି ଓ ଏଥିରେ ବହୁ ତ୍ରୁଟି ଥିବା ଜଣାପଡୁଛି। ଭାରତ ପାକିସ୍ତାନକୁ ଯାଦବଙ୍କୁ ଦୂତାବାସସ୍ତରୀୟ ସହଯୋଗ ଯୋଗାଇ ଦେବାକୁ ୧୩ ଥର ରିମାଇଣ୍ଡର ପଠାଇଛି। ହେଲେ ପାକିସ୍ତାନ ଶୁଣିନାହିଁ। ତେଣୁ କାଳବିଳମ୍ବ ନକରି ଭାରତକୁ ଦୂତାବାସସ୍ତରୀୟ ସହଯୋଗ ପ୍ରଦାନ ପାଇଁ ଅନୁମତି ଦିଆଯିବା ଆବଶ୍ୟକ। ପାକିସ୍ତାନ ଯାଦବକୁ ବାଲୁଚିସ୍ତାନରୁ ଗୁପ୍ତଚର ଅଭିଯୋଗରେ ମାର୍ଚ୍ଚ ୩ରେ ଗିରଫ କରିଥିବା ଦର୍ଶାଉଛି। ହେଲେ ଗିରଫର ମାସେ ପରେ ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ ଇରାନରୁ ଯାଦବଙ୍କୁ ଅପହରଣ କରି ନିଆଯାଇଥିବା ଭାରତ କହି ଆସୁଛି।

- Advertisement -

ନେଦରଲାଣ୍ଡସ୍ଥିତ ଦ ହେଗ୍‍ର ପିସ୍‍ ପ୍ୟାଲେସ୍‍ରେ ୨୦୧୮ ଫେବୃଆରୀ ୧୮ରୁ ୨୧ ପର୍ଯ୍ୟନ୍ତ ଏହି ମାମଲର ଶୁଣାଣି ହେବ। ପ୍ରାୟ ଗୋଟିଏ ସପ୍ତାହ ଶୁଣାଣି ପରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ ବୋଲି କୁହାଯାଉଛି।
ଉଲ୍ଲେଖଯୋଗ୍ୟ ଯେ ଗୁପ୍ତଚର ଅଭିଯୋଗରେ ପାକିସ୍ତାନର ଏକ ସାମରିକ ଅଦାଲତ କୁଳଭୂଷଣଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛି। ଭାରତ ଏହି ରାୟ ବିରୋଧରେ ଆଇସିଜେର ଦ୍ୱାରସ୍ଥ ହେବା ପରେ କୁଳଭୂଷଣଙ୍କ ଦଣ୍ଡାଦେଶ ଉପରେ ରୋକ୍‍ ଲଗାଯାଇଛି। ୧୮ ଫେବୃଆରୀ ସୋମବାର ସକାଳ ଦିନ ୧୦ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଭାରତ ନିଜ ପକ୍ଷ ରଖିଛି । ଆଇସିଜେ ପକ୍ଷରୁ ଜାରି ବୟାନ ଅନୁସାରେ ୧୯ ଫେବୃଆରୀ ମଙ୍ଗଳବାର ସକାଳ ୧୦ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ପାକିସ୍ତାନ ନିଜ ପକ୍ଷ ରଖିବେ। ଏହାପରେ ଫେବୃଆରୀ ୨୦ ବୁଧବାର ଅପରାହ୍ନ ୩ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଭାରତ ଏବଂ ୨୧ ଫେବୃଆରୀ ଗୁରୁବାର ଅପରାହ୍ନ ୪ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାକିସ୍ତାନ ନିଜ ପକ୍ଷ ରଖିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories