www.samajalive.in
Monday, December 8, 2025
17.1 C
Bhubaneswar

ସୋମବାର ରାଶିଫଳ

ମେଷ: ସମସ୍ତ ଅସୁବିଧା ଖୁବ୍‌ ଶ୍ରୀଘ୍ର ଦୂର ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ଆଶାନୁରୂପ ହେବ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ବୃଷ: ପରୋପକାର କରିବେ; ମାତ୍ର ଅପଦସ୍ତ ହୋଇପାରନ୍ତି। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ନେତ୍ର ପୀଡ଼ା ଅନୁଭବ କରିପାରନ୍ତି। ମଧୁରଭାଷୀ ହେବେ। ସାହସୀ ଓ ଜ୍ଞାନୀ ହେବେ।
ମିଥୁନ: ଆର୍ଥିକ ସ୍ଥିତିର ଅଗ୍ରଗତି ଘଟିପାରେ। ଧନ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ଅର୍ଥ ସହ ସମ୍ମାନ ମିଳିବ।
କର୍କଟ: ସକାଳୁ ଉଠିବା ପରେ କିଛି ସମୟ ପାଇଁ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସତ୍‌ସଙ୍ଗୀ ହେବେ। କୁଳଦୀପକ ଭାବେ ବଂଶ ମର୍ଯାଦାକୁ ଆଲୋକିତ କରିବେ। ଦୟାଳୁ ହେବେ। ବ୍ୟବସାୟ ଲାଭଜନକ ହେବ।
ସିଂହ: କିଛି ଭୁଲ କାର୍ଯ୍ୟ କରି ଅନୁତପ୍ତ ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହୋଇ ମହାପୁଣ୍ୟ ଅର୍ଜନ କରିବେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ସୁଖୀ ହେବେ।
କନ୍ୟା: ବିଜ୍ଞ ଲୋକ ସହିତ ବନ୍ଧୁତା ସୃଷ୍ଟି କରିବେ। ଦିନଟି ସୁଖମୟ ହେବ। କଷ୍ଟକର ହେବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସ୍ବାଭିମାନୀ ହୋଇପାରନ୍ତି। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ମିତ୍ରମାନେ କରଛଡ଼ା ଦେଇପାରନ୍ତି।
ତୁଳା: ପରିବାରର ଅତି ନିଜଲୋକଙ୍କ ପାଇଁ ଅସୁବିଧା ଉପୁଜିପାରେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ଉତ୍ସର୍ଗ କରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ କଥାରେ ପରିଚାଳିତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ।
ବିଛା: ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ। ନିଜ କାର୍ଯ୍ୟ ପାଇଁ ମନରେ ଗର୍ବଭାବ ଆସିପାରେ। ଅନାବଶ୍ୟକ ଖର୍ଚ୍ଚ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହ ସଦିଚ୍ଛା ଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶ୍ରତୁହନ୍ତା ହେବା ଆଶାକରାଯାଏ।
ଧନୁ: ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇଁ ଖୁସି ହୋଇପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପାଇଁ ଆଗ୍ରହୀ ହେବେ। ପୁତ୍ର ସୁଖ ମିଳିବା ଆଶାକରାଯାଏ।
ମକର: ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିପାରନ୍ତି। ଉଦାର ସ୍ବଭାବର ହେବେ। ଦାନ-ପୂଣ୍ୟ କରି ଆତ୍ମତୃପ୍ତି ଲାଭ କରିବେ। ଶୋଭନ ବ୍ୟକ୍ତିତ୍ବର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ରହିବେ। କୃଷି ଖେତରୁ ଲାଭ ମିଳିବ।
କୁମ୍ଭ: ଆୟର ସ୍ବଳ୍ପତା ଆପଣଙ୍କୁ ଖୁସି କରାଇ ନ ପାରେ। ଆପଣଙ୍କ ପରିଶ୍ରମର ମୂଲ୍ୟ ମିଳିବ। ମନ ପ୍ରସନ୍ନ ରହିବ। ଧାର୍ମିକ ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କ ଠାରୁ ଆଦର-ସମ୍ମାନ ମିଳିବ।
ମୀନ: ମାନସିକ ଚାପ ବୃଦ୍ଧି ହୋଇପାରେ। ସ୍ବାଧୀନ ଭାବେ ମିଳି-ମିଶି କାର୍ଯ୍ୟ କରିବା କଷ୍ଟଦାୟକ ହେବ। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ସହନଶୀଳ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ଉଦାର ଓ ବିଦ୍ୟାପ୍ରେମୀ ହେବେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories