www.samajalive.in
Saturday, December 6, 2025
26.1 C
Bhubaneswar

ରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମ ସ୍ଥଗିତ

ପ୍ରୟାଗରାଜ/ବାରାଣାସୀ: ପୁଲୱାମାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୃଷ୍ଟିରେ ରଖି ଦ୍ୱାରିକା ପୀଠ ଶଙ୍କରାଚାର୍ଯ୍ୟ ସ୍ୱରୁପାନନ୍ଦ ସରସ୍ୱତୀ ରବିବାର ଅଯୋଧ୍ୟାର ବିବାଦୀୟ ଭୂମିରେ ରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ଘୋଷଣା କରିଛନ୍ତି। ଏହାସହ ଅଯୋଧ୍ୟା ଯାତ୍ରା କାର୍ଯ୍ୟକ୍ରମ ମଧ୍ୟ ସ୍ଥଗିତ କରାଯାଇଛି। ବାରାଣାସୀରେ ଶଙ୍କରାଚାର୍ଯ୍ୟ ସ୍ୱରୁପାନନ୍ଦ ସରସ୍ୱତୀ କହିଛନ୍ତି ଯେ ଦେଶରେ ଏବେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଉଛି। ଏବେ ଆମକୁ ଆତଙ୍କବାଦ ସହ ଲଢିବାକୁ ପଡ଼ିବ। ତେଣୁ ଏହି କାର୍ଯ୍ୟକ୍ରମ ସ୍ଥଗିତ ରଖାଗଲା।
ସ୍ବାମୀ ଅଭିଭୁକ୍ତିଶ୍ୱରାନନ୍ଦ ସରସ୍ୱତୀ କହିଛନ୍ତି ଯେ ଦେଶରେ ବର୍ତ୍ତମାନର ପରିସ୍ଥିତିକୁ ଦେଖି କିଛି ସମୟ ପାଇଁ ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମିରେ ଶିଳାନ୍ୟାସ ଓ ରାମାଗ୍ରହ ଯାତ୍ରା କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଉଛି। ଆଖଡ଼ା ପରିଷଦର ଅଧ୍ୟକ୍ଷ ହନ୍ତ ନରେନ୍ଦ୍ର ଗିରି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ରାମ ମନ୍ଦିର ଶିଳାନ୍ୟାସ କାର୍ଯ୍ୟକ୍ରମ ସ୍ଥଗିତ ରଖିବା ନେଇ ଶଙ୍କରାଚାର୍ଯ୍ୟ ଫୋନ୍‍ ଯୋଗେ କଥା ହୋଇଥିବା ସେ ସୂଚନା ଦେଇଛନ୍ତି। ସେପଟେ କୁମ୍ଭମେଳାରେ ସାଧୁସନ୍ଥମାନେ ମହମବତୀ ଶୋଭାଯାତ୍ରା କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ପ୍ରକାଶଯୋଗ୍ୟ ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଫେବୃଆରୀ ୨୧ରେ ଶିଳାନ୍ୟାସ ହେବାର ଥିଲା। ଦ୍ୱାରିକା ପୀଠ ଶଙ୍କରାଚାର୍ଯ୍ୟ ସ୍ୱରୁପାନନ୍ଦ ସରସ୍ୱତୀ ଏହି ଶିଳାନ୍ୟାସ କରିବାର ଥିଲା। ପୂର୍ବ ଘୋଷଣା ଅନୁସାରେ ଦ୍ୱାରିକା ପୀଠ ଶଙ୍କରାଚାର୍ଯ୍ୟ ଫେବୃଆରୀ ୧୭ରେ ପ୍ରୟାଗରୁ ଅଯୋଧ୍ୟା ଯାତ୍ରା କରିବାର ଥିଲା। ସାଧୁସନ୍ଥମାନେ ପ୍ରତାପଗଡ଼ ଏବଂ ସୁଲତାନପୁର ରାସ୍ତା ଦେଇ ଫେବୃଆରୀ ୧୯ରେ ଅଯୋଧ୍ୟାରେ ପହଞ୍ଚିଥାନ୍ତେ। ୨୧ରେ ଶିଳାନ୍ୟାସ ହୋଇଥାନ୍ତା। ମାତ୍ର ଏବେ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories