ଜମ୍ମୁ-କାଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରି ନିଆଯାଉ : ଉଜ୍ଜ୍ଵଳ ନିକମ

0

ନୂଆଦିଲ୍ଲୀ :  ଜମ୍ମୁ-କାଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାକୁ ସରକାର ଫେରାଇ ଆଣିବା ଦରକାର । ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିବାରୁ କାଶ୍ମୀରର ଜନତା ନିଜକୁ ଦେଶରୁ ସଂମ୍ପୂର୍ଣ୍ଣ ଅଲଗା ବୋଲି ଭାବୁଛନ୍ତି। ତେଣୁ ଅତିଶୀଘ୍ର ଜମ୍ମୁ ଓ କାଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତାକୁ ଫେରାଇ ନେବା ଦରକାର ବୋଲି ଜଣାଶୁଣା ଓକିଲ ଉଜ୍ଜ୍ଵଳ ନିକମ କହିଛନ୍ତି। ସୂଚନାଯୋଗ୍ୟ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାମଲାରେ ସରକାରଙ୍କ ପକ୍ଷରୁ ଅଧିବକ୍ତା  ଭାବେ ଉଜ୍ଜ୍ଵଳ ନିକମ ନିଯୁକ୍ତ ହୋଇଥିଲେ। ଏହି ଆତଙ୍କୀ ଆକ୍ରମଣର ପ୍ରମୁଖ ଅଭିଯୁକ୍ତ ତଥା ଜୀବନ୍ତ ଆତଙ୍କବାଦୀ ଆମିର ଅଜମଲ କସାବକୁ  ଦୋଷୀ ସାବ୍ୟସ୍ତ କରି ଫାଶି ରେ ପହଞ୍ଚାଇଥିବାରେ ଉଜ୍ଜ୍ଵଳ ନିକମଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।

ତେବେ ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ହୋଇଥିବା ଅକ୍ରମଣକୁ ନିନ୍ଦା କରିବା ସହ ନିଜ ପ୍ରତିକ୍ରିୟା ଶ୍ରୀ ନିକମ କହିଛନ୍ତି ଯେ କାଶ୍ମୀରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହା କେବଳ ଏଥିପାଇଁ ଯେ, ତାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯାଇଛି । ଦେଶର କୌଣସି ନାଗରିକ ସେଠାରେ ସମ୍ପତ୍ତି କିଣିପାରିବେ ନାହିଁ, ଯେ ପର୍ଯ୍ୟନ୍ତ ଏହାକୁ ପରିବର୍ତ୍ତନ କରା ନ ଯାଇଛି ଏହିପରି ସ୍ଥିତି ଦେଖାଦେବ  ବୋଲି ସେ ମତ ଦେଇଛନ୍ତି।

Leave A Reply