www.samajalive.in
Sunday, December 7, 2025
14.1 C
Bhubaneswar

ଧାନର ଅଭାବୀ ବିକ୍ରି : ଲ୍ୟାମ୍ପ୍‍ସ ଘେରିଲେ ଚାଷୀ

ବଡ଼ସାହି : ଚାଷୀଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି ସରକାର। ପରନ୍ତୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅମଳ କରିଥିବା ଧାନ ବିକ୍ରି କରି ନପାରି ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଦେଖିବାକୁ ମିଳିଛି ଏପରି ଘଟଣା। ସାନକେରକୋ ଲ୍ୟାମ୍ପ୍ସରେ ଧାନ ବିକ୍ରି କରିବା ଅପେକ୍ଷାରେ ଥିବା ଚାଷୀ ମଙ୍ଗଳବାର ସକାଳେ ଲ୍ୟାମ୍ପ୍ସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଲ୍ୟାମ୍ପ୍ସରେ ଧାନ ବିକ୍ରି କରିବା ପାଇଁ ୧୨ଟି ପଞ୍ଚାୟତର ୧୪୭୧ଜଣ ଚାଷୀ ନାମ ପଞ୍ଜିକୃତ କରିଛନ୍ତି। ଚଳିତ ବର୍ଷ ୨୬କୁଇଣ୍ଟାଲ ୮ଶହ ଧାନ କିଣିବା ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ଆଜି ସୁଦ୍ଧା ୨୦ହଜାର କୁଇଣ୍ଟାଲ ଧାନ କିଣା ହୋଇଛି। ବାକି ଟାର୍ଗେଟ ଆସି ନଥିବାରୁ ଅନେକ ଚାଷୀ ସେମାନଙ୍କର ଧାନ ବିକ୍ରି କରିପାରି ନାହାନ୍ତି। ଅପେକ୍ଷାରେ ଥିବା ଚାଷୀଙ୍କୁ ଆଜି ଟୋକନ ପ୍ରଦାନ କରାଯିବା କଥା। କିନ୍ତୁ ଟାର୍ଗେଟ ପହଞ୍ଚି ନଥିବା ଦର୍ଶାଇ ଲ୍ୟାମ୍ପ୍ସ କର୍ତ୍ତୃପକ୍ଷ ଟୋକନ ନଦେବାରୁ ଅଞ୍ଜନ ସାହୁ, ଶତ୍ରୁଘ୍ନ ମହାନ୍ତ ଓ ନାରାୟଣ ସିଂଙ୍କ ନେତୃତ୍ୱରେ ଅସନ୍ତୋଷ ଚାଷୀଗଣ ହୋ-ହାଲ୍ଲା କରିବା ସହିତ ଲ୍ୟାମ୍ପ୍ସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚାଷୀଙ୍କ ସମସ୍ୟା ସହିତ ଜଡ଼ିତ ବିଜେପି ନେତା ପ୍ରୀୟବ୍ରତ ମାଝୀ ଏନେଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି। କେବଳ ସାନକେରକୋ ନୁହେଁ ଜିଲାରେ ଅଧିକାଂଶ ଲ୍ୟାମ୍ପ୍ସରେ ସମାନ ଅବସ୍ଥା ବୋଲି ସେ ଅଭିଯୋଗ କରିଛନ୍ତି। ଦଲାଲଙ୍କ ରାଜୁତି ପାଇଁ ଚାଷୀ ସଠିକ ସମୟରେ ତାର ଧାନ ବିକ୍ରୀ କରିପାରୁ ନାହିଁ ବୋଲି ସେ ଦର୍ଶାଇଛନ୍ତି। ଏନେଇ ଜିଲା ଯୋଗାଣ ଅଧିକାରୀ କିଶୋର କୁମାର ପାତ୍ର କହନ୍ତି, ଚଳିତବର୍ଷ ଜିଲାରୁ ୧୧ଲକ୍ଷ ୫୮୨କୁଇଣ୍ଟାଲ ଧାନ କିଣିବା ଧାର୍ଯ୍ୟ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୯ଲକ୍ଷ ୫୪ହଜାର କୁଇଣ୍ଟାଲ ଧାନ କିଣା ଯାଇଛି। ଜିଲାର ୧୯ଟି ମିଲରରୁ ୧୨ଟି ମିଲର ଧାନ କିଣୁଥିବାରୁ ଲକ୍ଷ୍ୟ ଧାର୍ଯ୍ୟ ପହଞ୍ଚିବାରେ ବିଳମ୍ବ ହୋଇଛି। ତେବେ ନାମମାତ୍ର ଓ କ୍ଷୁଦ୍ରଚାଷୀଙ୍କୁ ଧାନ କଣାରେ ଅଗ୍ରାଧିକାର ଦିଆଯିବାକୁ ନର୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories