www.samajalive.in
Sunday, December 7, 2025
13.1 C
Bhubaneswar

‘କଂ​‌ଗ୍ରେସ ଓ ବାମ ସହ ମେଣ୍ଟ ପାଇଁ ପ୍ରସ୍ତୁତ’ : ମମତା ବାନାର୍ଜୀ

ନୂଆଦିଲ୍ଲୀ : ଦେଶରେ ‘ଡେମୋକ୍ରାସି’ ଏବେ ‘ନାମୋକ୍ରାସି’ରେ ପରିଣତ ହୋଇଛି। ସେଥିପାଇଁ ଦେଶର ଅବସ୍ଥା ଜରୁରୀକାଳୀନ ପରିସ୍ଥିତିକୁ ବି ବଳିଯାଇଛି। ପରିସ୍ଥିତି ସୁଧାରିବା ପାଇଁ ବିଜେପିକୁ କ୍ଷମତାରୁ ହଟାଇବାକୁ ପଡ଼ିବ ଏବଂ ଏଥିଲାଗି ଜାତୀୟସ୍ତରରେ କଂଗ୍ରେସ ଓ ବାମପନ୍ଥୀଙ୍କ ସହିତ ହାତ ମିଳାଇବାକୁ ପ୍ରସ୍ତୁତ ଥିବା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଘୋଷଣା କରିଛନ୍ତି। ବୁଧବାର ଏଠାରେ ଆମ୍‌ ଆଦମି ପାର୍ଟି (ଆପ୍‌) ପକ୍ଷରୁ ଆୟୋଜିତ ବିରୋଧୀ ଦଳଙ୍କ ସମାବେଶରେ ମମତା ଏଭଳି ସୂଚନା ଦେଇଛନ୍ତି। ‘ଆଗାମୀ ଦିନରେ ଆମେ ଏକାଠି ହୋଇ ଲଢ଼େଇ କରିବୁ; ଆମ ସହିତ କଂଗ୍ରେସ, ସିପିଏମ୍‌ ସାମିଲ ହେବ। କଂଗ୍ରେସ ଓ ସିପିଏମ୍‌ ସହିତ ଆମର ଲଢ଼େଇ କେବଳ ରାଜ୍ୟସ୍ତରରେ ସୀମିତ ରହିବ। ଜାତୀୟ ସ୍ବାର୍ଥ ପାଇଁ ମୁଁ ମୋ ଜୀବନ ଓ ଦଳକୁ ବଳି ଦେବା ପାଇଁ ପ୍ରସ୍ତୁତ ଅଛି’ ବୋଲି ମମତା କହିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସଭାପତି ଅମିତ ଶାହାଙ୍କୁ ଗବର ସିଂହ ଭାବେ ଅଭିହିତ କରିଥିଲେ ଏବଂ ଲୋକେ ସେମାନଙ୍କୁ ଭୟ କରୁଥିବା ମମତା କହିଥିଲେ।
ସମାବେଶରେ ଆପ୍‌ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ସହ ତେଲୁଗୁ ଦେଶମ୍‌ ପାର୍ଟି ମୁଖ୍ୟ ଏନ୍‌.ଚନ୍ଦ୍ରବାବୁ ନାଇଡୁ, ନ୍ୟାସନାଲ କନ୍‌ଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପୱାର, ସିପିଏମ୍‌ ମୁଖ୍ୟ ସୀତାରାମ ୟେଚୁରୀ, ସିପିଆଇ ନେତା ଡି. ରାଜା, ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ, ରାଷ୍ଟ୍ରୀୟ ଲୋକଦଳ ନେତା ତ୍ରିଲୋକ ତ୍ୟାଗୀ ପ୍ରମୁଖ ଉଦ୍‌ବୋଧନ ଦେଇ ମୋଦୀ ଓ ବିଜେପି ସରକାରକୁ କଡ଼ା ସମାଲୋଚନା କରିଥିଲେ। ସେମାନେ ବିଜେପିକୁ କୌରବ ଓ ବିରୋଧୀଙ୍କୁ ପାଣ୍ଡବ ଆଖ୍ୟା ଦେବା ସହ ‘ତନସାହି ହଟାଓ, ଲୋକତନ୍ତ୍ର ବଚାଓ’ ସ୍ଲୋଗାନ୍‌ ଦେଇଥିଲେ। ମଜାର ବିଷୟ ହେଉଛି; ସମାବେଶସ୍ଥଳରେ ମମତା ପହଞ୍ଚିବା ପୂର୍ବରୁ ସିପିଏମ୍‌ ନେତା ୟେଚୁରୀ ଓ ସିପିଆଇ ନେତା ଡି. ରାଜା ସଭା ଛାଡ଼ି ଚାଲିଯାଇଥିଲେ। ସେମାନେ ମମତାଙ୍କ ପୂର୍ବରୁ ଉଦ୍‌ବୋଧନ ଦେଇ ଦେଶରେ ‘ଏକଚ୍ଛତ୍ରବାଦ ଶାସନ’ ଚାଲିଛି ଏବଂ ସମ୍ବିଧାନ ଏବେ ସଂକଟରେ ବୋଲି ଅଭିଯୋଗ କରିଥିଲେ। ଭାରତରେ କୌଣସି ପରିସ୍ଥିତିରେ ଜର୍ମାନୀର ହିଟ୍‌ଲର ଶାସନ ଭଳି ଅବସ୍ଥା ସୃଷ୍ଟି ହେବାକୁ ଦିଆଯିବ ନାହିଁ। ଦେଶର ସୁରକ୍ଷା ପାଇଁ ତଥାକଥିତ ଚୌକିଦାରକୁ ହଟାଇବାକୁ ପଡ଼ିବ ବୋଲି ସେମାନେ କହିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories