www.samajalive.in
Saturday, December 6, 2025
23.1 C
Bhubaneswar

୨୧ରେ ରାମ ମନ୍ଦିର ଶିଳାନ୍ୟାସ କରିବେ ଦ୍ୱାରିକା ପୀଠ ଶଙ୍କରାଚାର୍ଯ୍ୟ

ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଫେବୃଆରୀ ୨୧ରେ ଶିଳାନ୍ୟାସ କରାଯିବ। ଦ୍ୱାରିକା ପୀଠ ଶଙ୍କରାଚାର୍ଯ୍ୟ ସ୍ୱରୁପାନନ୍ଦ ସରସ୍ୱତୀ ଏହି ଶିଳାନ୍ୟାସ କରିବେ। ପ୍ରୟାଗରାଜରେ ଚାଲିଥିବା କୁମ୍ଭ ମେଳା ମଧ୍ୟରେ ସନ୍ଥ ସମାଜ ପକ୍ଷରୁ ଶଙ୍କରାଚାର୍ଯ୍ୟ ସ୍ୱରୁପାନନ୍ଦ ଏହି ଘୋଷଣା କରିଛନ୍ତି।
ଘୋଷଣା ଅନୁସାରେ ଦ୍ୱାରିକା ପୀଠ ଶଙ୍କରାଚାର୍ଯ୍ୟ ଫେବୃଆରୀ ୧୭ରେ ପ୍ରୟାଗରୁ ଅଯୋଧ୍ୟା ଯାତ୍ରା କରିବେ। ଶଙ୍କରାଚାର୍ଯ୍ୟଙ୍କ ସହ ଅନ୍ୟ ସାଧୁସନ୍ଥମାନେ ପ୍ରତାପଗଡ଼ ଏବଂ ସୁଲତାନପୁର ରାସ୍ତା ଦେଇ ଫେବୃଆରୀ ୧୯ରେ ଅଯୋଧ୍ୟାରେ ପହଞ୍ଚିବେ। ଫେବୃଆରୀ ୨୦ରେ ସେଠାରେ ଏକ ବିଶାଳ ସମାବେଶ ଅୟୋଜନ କରାଯିବ ଓ ୨୧ରେ ଶିଳାନ୍ୟାସ କାର୍ଯ୍ୟ ସମାପ୍ତ ହେବ।
ନିକଟରେ ଶଙ୍କରାଚାର୍ଯ୍ୟ ଘୋଷଣା କରିଥିଲେ ଯେ ରାମ ମନ୍ଦିର ନିର୍ମାଣ ନେଇ ତାଙ୍କ ଅଯୋଧ୍ୟା କାର୍ଯ୍ୟକ୍ରମକୁ ସେ ବାତିଲ କରିବେ ନାହିଁ। ଜେଲ ଯିବାକୁ ସେ ଡରନ୍ତି ନାହିଁ। ଶଙ୍କରାଚାର୍ଯ୍ୟ ସ୍ୱରୁପାନନ୍ଦ ସମସ୍ତ ରାମଭକ୍ତଙ୍କୁ ଗୋଟିଏ ଗୋଟିଏ ଇଟା ନେଇ ଅଯୋଧ୍ୟାରେ ପ୍ରସ୍ତାବିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ପହଞ୍ଚିବାକୁ ନିବେଦନ କରିଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ଦାବି ଅନୁସାରେ ତାଙ୍କୁ ସନ୍ଥ ସମାଜର ସମର୍ଥନ ରହିଛି। ଶଙ୍କରାଚାର୍ଯ୍ୟଙ୍କ ଏହି ଯାତ୍ରାକୁ ‘ଅଯୋଧ୍ୟା ପ୍ରସ୍ଥାନ’ ନାମ ଦିଆଯାଇଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories