www.samajalive.in
Friday, December 5, 2025
23.1 C
Bhubaneswar

କଂଗ୍ରେସ ପୁରା ଦମରେ ନିର୍ବାଚନ ଲଢ଼ିବ: ରାହୁଲ ଗାନ୍ଧୀ

ଲକ୍ଷ୍ନୌ: କଂଗ୍ରେସ ମହାସଚିବ ଦାୟିତ୍ୱ ଗ୍ରହଣ କଲାପରେ ପ୍ରଥମ ଥର ପାଇଁ ରୋଡ଼ ଶୋ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ। ଆଜି ଲକ୍ଷ୍ନୌ ବିମାନବନ୍ଦରରୁ କଂଗ୍ରେସ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଏହି ରୋଡ୍‌ ଶୋ’ ଅନୁଷ୍ଠିତ ହୋଇଛି। ଏଥି ସହିତ ଆରମ୍ଭ ହୋଇଛି କଂଗ୍ରେସର ମିଶନ ୟୁପି । ରୋଡ୍ ଶୋ’ କୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲିକ୍ଷିତ ହୋଇଥିବା ବେଳେ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ରୋଡ୍ ଶୋ’ ରେ ସାମିଲ ହୋଇଥିଲେ । ଦାୟିତ୍ୱ ଗ୍ରହଣ ପରେ ପ୍ରିୟଙ୍କାଙ୍କ ରାଜନୈତିକ ଭବିଷ୍ୟତ ଏବଂ ୨୦୧୯ ନିର୍ବାଚନରେ ତାଙ୍କ ଭୂମିକା ନେଇ ବିରୋଧୀ ଦଳଗୁଡିକ ପକ୍ଷରୁ ଭିନ୍ନ ଭିନ୍ନ ଆକଳନ କରିବା ପରେ ଆଜି ପ୍ରିୟଙ୍କା କଂଗ୍ରେସ ପାଇଁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିଛନ୍ତି । କଂଗେସ କାର୍ୟ୍ୟାଳୟରେ କର୍ମୀମାନଙ୍କୁ ଉଦବୋଧନ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ରାଫେଲ ଦୁର୍ନୀତି କେନ୍ଦ୍ର ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି । ଉତ୍ତରପ୍ରଦେଶରେ ବିଜେପିକୁ ଟକ୍କର ଦେବାକୁ କଂଗ୍ରେସ ସହ ଏଥର ନିର୍ବାଚନ ମଇଦାନରେ ଅବତୀର୍ଣ ହେବେ ଅଖିଳେଖ ଯାଦବଙ୍କ ସମାଜବାଦୀ ପାର୍ଟି ଓ ବିଏସ୍‌ପି ନେତ୍ରୀ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ମେଣ୍ଟ । ତେବେ ପ୍ରିୟଙ୍କାଙ୍କ ରୋଡ଼ ଶୋ ଜାତୀୟ ରାଜନୀତିରେ କେତେ ପ୍ରଭାବ ପକାଇବ ଏବଂ ବିଶେଷ କରି ଆଞ୍ଚଳିକ ସ୍ତରରେ କଂଗ୍ରେସକୁ କେତେ ମଜବୁତ କରିବା ସେ ନେଇ ତତ୍ପରତା ଦେଖା ଦେଇଛି । ରୋଡ଼ ଶୋ ଶେଷ ହେବା ପରେ କଂଗ୍ରେସ ମୁଖ୍ୟାଳୟରେ ରାହୁଲ ଗାନ୍ଧୀ କହିଛନ୍ତି କଂଗ୍ରେସ ଆଉ ଦୁର୍ବଳ ରହିବ ନାହିଁ, ସବୁ ଦଳ ଶାସନ ବ୍ୟବସ୍ଥାରେ ଅସଫଳ ହେଲା ପରେ ଏବେ କଂଗ୍ରେସ ସରକାର ଗଠନ କରିବା । ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟକୁ ଲକ୍ଷ କରି ରାହୁଲ କହିଛନ୍ତି, ସେ ମାୟାବତୀ ଓ ଅଖିଳେଶଙ୍କୁ ଆଦର କରନ୍ତି କିନ୍ତୁ ରାଜ୍ୟରେ ପରିବର୍ତ୍ତନ ପାଇଁ କଂଗ୍ରେସ ପୁରା ଦମରେ ନିର୍ବାଚନ ଲଢ଼ିବ ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories