କଲକାତା : ସିବିଆଇ ଏବଂ ପଶ୍ଚିମବଙ୍ଗ ସରକାର ମଧ୍ୟରେ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିବା କଲକାତା ପୁଲିସ୍ କମିଶନର ରାଜୀବ କୁମାରଙ୍କ ବଦଳି ହୋଇଯାଇଛି। ତାଙ୍କ ସ୍ଥାନରେ ଅନୁଜ ଶର୍ମାଙ୍କୁ କଲକାତା ପୁଲିସ୍ କମିଶନର ଦାୟିତ୍ୱ ଦିଆଯାଇଛି ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ରାଜୀବଙ୍କୁ ରାଜ୍ୟ ସିଆଡ଼ିକୁ ପଠାଇ ଦିଆଯାଇଛି। ସୂଚନା ଅନୁସାରେ ରାଜୀବ କୁମାରଙ୍କୁ ରାଜ୍ୟ ସିଆଇଡ଼ିର ଏଡିଜି (ଅପରାଧ)ର ଦାୟିତ୍ୱ ଦିଆଯିବାର ସମ୍ଭାବନା ରହିଛି।
କିଛି ଦିନ ତଳେ ସିବିଆଇ ପଶ୍ଚିମବଙ୍ଗ ଶାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ରାଜୀବ କୁମାରଙ୍କୁ ପଚରାଉଚୁରା କରିଥିଲା। ଚିଟଫଣ୍ଡ ଦୁର୍ନୀତି ସମ୍ପର୍କିତ ପ୍ରମାଣ ନଷ୍ଟ କରିବାରେ ରାଜୀବଙ୍କ ହାତ ଥିବା ସିବିଆଇ ସନ୍ଦେହ କରୁଛି।
କଲକାତା ପୁଲିସ୍ କମିଶନର ରାଜୀବ କୁମାର ବିଦା, ଅନୁଜ ଶର୍ମାଙ୍କୁ ମିଳିଲା ଦାୟିତ୍ୱ!
Popular Categories



