ନୱାଜ ସରିଫଙ୍କ ଭାଇଙ୍କୁ ଜାମିନ

0

ଇସଲାମାବାଦ: ଜେଲ୍‌ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଭାଇ ତଥା ପଞ୍ଜାବ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସେହବାଜ ସରିଫଙ୍କୁ ଲାହୋର ହାଇକୋର୍ଟ ଜାମିନ ପ୍ରଦାନ କରିଛି। ପାକିସ୍ତାନ ମୁସଲିମ ଲିଗ୍‌(ନୱାଜ) ସଭାପତି ତଥା ପାକିସ୍ତାନ ସଂସଦରେ ବିରୋଧୀ ଦଳ ନେତା ୬୭ବର୍ଷୀୟ ସେହବାଜ ଆସିଆନା ହାଉସିଂ ଦୁର୍ନୀତି ମାମଲା ଓ ରମଜାନ୍‌ ସୁଗାର ମିଲ୍‌ ଦୁର୍ନୀତି ମାମଲାରେ ଗତ ଅକ୍ଟୋବର ୫ରୁ ଲାହୋର ଜେଲ୍‌ରେ ଅଛନ୍ତି। ସେ ଖୁବ୍‌ ଶୀଘ୍ର ଏଠାରୁ ମୁକୁଳିବେ। ଅପରପକ୍ଷରେ ସମାନ ଜେଲ୍‌ରେ ଥିବା ଭାଇ ନୱାଜ ଏବେ ଗୁରୁତର ଅସୁସ୍ଥ ଅଛନ୍ତି। ତାଙ୍କର ଚିକିତ୍ସା ପାଇଁ ଦେଶର ସରକାର ଏକ କମିଟି ଗଠନ କରିଛନ୍ତି। ନୱାଜ ଏହି ପରିପ୍ରେକ୍ଷୀରେ ଜାମିନ ପାଇଁ ଇସଲାମାବାଦ ହାଇକୋର୍ଟରେ ଆବେଦନ କରିଥିଲେ ମଧ୍ୟ ଏହା ଖାରଜ ହୋଇଯାଇଛି।

Leave A Reply