www.samajalive.in
Thursday, December 11, 2025
13.1 C
Bhubaneswar

ମାନୁଙ୍କ ପରୀକ୍ଷା ଘୁଞ୍ଚାଇବାକୁ ସିବିଏସ୍‌ସିକୁ ଅନୁରୋଧ

ନୂଆଦିଲ୍ଲୀ : ଯୁବ ସୁଟର୍‌ ମାନୁ ଭାକେର ଓ ବିଜୟବୀର ସିନ୍ଧୁଙ୍କ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ଘୁଞ୍ଚାଇ ଦେବାକୁ ସିବିଏସ୍‌ସିକୁ ଅନୁରୋଧ କରିଛି ଭାରତୀୟ କ୍ରୀଡ଼ା ପ୍ରାଧିକରଣ। ମାନୁ ଓ ବିଜୟବୀର ମାର୍ଚ୍ଚ ୨୫ରୁ ଏପ୍ରିଲ୍‌ ୨ ପର୍ଯ୍ୟନ୍ତ ଚାଇନିଜ ତାଇପେରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍‌ ଏୟାରଗନ୍‌ ଚମ୍ପିଆନସିପ୍‌ରେ ଭାଗ ନେବାକୁ ଯାଉଛନ୍ତି। ସେହି ସମୟରେ ଏହି ଦୁଇ ସୁଟରଙ୍କ ଦ୍ବାଦଶ ବୋର୍ଡ ପରୀକ୍ଷାର ଦୁଇଟି ବିଷୟ ଅନୁଷ୍ଠିତ ହେବାକୁ ଅଛି। ତେଣୁ ଦୁଇ ସୁଟରଙ୍କ ପରୀକ୍ଷା ନିମନ୍ତେ ଅଲଗା ତାରିଖ ନିର୍ଦ୍ଧାରଣ କରିବାକୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ତରଫରୁ ସିବିଏସ୍‌ସିକୁ ଅନୁରୋଧ କରାଯାଇଛି।
ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଜଣେ ଅଧିକାରୀ କହିଥିଲେ ମାନୁ ଓ ବିଜୟବୀରଙ୍କ କ୍ରୀଡ଼ା ଓ ପାଠପଢ଼ା ଉଭୟ ଯେପରି ଠିକ୍‌ଠାକ୍ ଚାଲିବ ସେଥିନେଇ କ୍ରୀଡ଼ା ପ୍ରାଧିକରଣ ବେଶ୍ ସତର୍କ ରହିଛି। ମାନୁ ମାର୍ଚ୍ଚ ୨୫ରେ ଇତିହାସ ଓ ୩୦ରେ ଶାରୀରିକ ଶିକ୍ଷା ବିଭାଗରେ ପରୀକ୍ଷା ଦେବାର ଅଛି। ଅନ୍ୟପକ୍ଷରେ ବିଜୟବୀର ମାର୍ଚ୍ଚ ୨୯ରେ ପରୀକ୍ଷା ଦେବାର ଅଛି। ଏହି ସମୟରେ ଏସିଆନ୍‌ ଏୟାରଗନ୍‌ ଚମ୍ପିଆନସିପ୍‌ ଆୟୋଜିତ ହେବ। ଦୁଇ ସୁଟର୍‌ ଏହି ଚମ୍ପିଆନସିପ୍‌ରେ ଭାଗ ନେବେ। ତେଣୁ ସେମାନେ ପରୀକ୍ଷା ଦେବା ନେଇ ସମସ୍ୟା ସୃଷ୍ଟି ହେବ। ପରୀକ୍ଷା ତାରିଖ ଘୁଞ୍ଚାଇ ଦେବାକୁ ସିବିଏସସିକୁ ଅନୁରୋଧ କରିବାକୁ ମାନୁ ଓ ବିଜୟବୀରଙ୍କ ପରିବାରବର୍ଗ କ୍ରୀଡ଼ା ପ୍ରାଧିକରଣ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ସେମାନଙ୍କ ଅନୁରୋଧକୁ ଦୃଷ୍ଟି​‌େ​‌ର ରଖି ସିବିଏସ୍‌ସିକୁ ପତ୍ର ଲେଖାଯାଇଛି।
ମାନୁ ଟାର୍ଗେଟ୍‌ ଅଲିମ୍ପିକ୍‌ ପୋଡିୟମ ସ୍କିମ୍‌ରେ ସାମିଲ ହୋଇଥିବା ବେଳେ
ରାଜ୍ୟଗୋଷ୍ଠୀ କ୍ରୀଡ଼ା, ବିଶ୍ବ କପ୍‌, ଯୁବ ଅଲିମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅନ୍ୟପକ୍ଷରେ ବିଜୟବୀର ଗତମାସରେ ଆୟୋଜିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ୨୧ ବର୍ଷରୁ କମ୍‌ ବିଭାଗରେ ରୌପ୍ୟ ପଦକ ହାସଲ କରିଥିଲେ। ମାନୁ ଆସନ୍ତା ୨୦ରୁ ଆୟୋଜିତ ହେବାକୁ ଯାଉଥିବା ବନ୍ଧୁକଚାଳନା ବିଶ୍ବକପ୍‌ରେ ଭାଗ ନେବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories